ତାଲିବାନ ଧମକକୁ ବେଖାତିର : ଏୟାରପୋର୍ଟକୁ ଫେରିଲେ ୧୨ ମହିଳା କର୍ମଚାରୀ

କାବୁଲଖ: ଆଫଗାନିସ୍ତାନରେ ଶାସନ ଡୋରି ହାତକୁ ନେଇଥିବା ତାଲିବାନ ସଂଗଠନ ମହିଳାଙ୍କ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରୁଛି । ଶିକ୍ଷାଠାରୁ ଆରମ୍ଭ କରି ଚାକିରି ପର୍ଯ୍ୟନ୍ତ ସବୁକ୍ଷେତ୍ରରେ ମହିଳାଙ୍କ ଉପରେ ପ୍ରବଳ କଟକଣା ଜାରି କରାଯାଇଛି । ଅଗଷ୍ଟ ୧୫ରେ ତାଲିବାନ ଆତଙ୍କବାଦୀମାନେ ରାଜଧାନୀ କାବୁଲ ଅକ୍ତିଆର କରିବାପରେ ମହିଳାମାନେ ନିଜକୁ ଆଦୌ ସୁରକ୍ଷିତ ମଣୁନାହାନ୍ତି । ତାଲିବାନ ଭୟରେ ସହସ୍ରାଧିକ ଆଫଗାନ୍ ମହିଳା ଦେଶଛାଡି ପଳାଇ ଯାଇଥିବାବେଳେ ଅନ୍ୟମାନେ ଭାଗ୍ୟକୁ ଆଦରି ଜନ୍ମମାଟିରେ ପଡିରହିଛନ୍ତି । ଅଗଷ୍ଟ ୧୫ ପୂର୍ବରୁ କାବୁଲ ବିମାନବନ୍ଦରରେ ମୋଟ ୮୦ ଜଣ ମହିଳା କାର୍ଯ୍ୟ କରୁଥିଲେ । ତେବେ ତାଲିବାନ ଦଖଲ ପରେ ଏମାନେ କାମଛାଡି ପଳାଇଥିଲେ । ବର୍ତ୍ତମାନ ସେମାନଙ୍କ ମଧ୍ୟରୁ ୧୨ ଜଣ ମହିଳା କର୍ମଚାରୀ ତାଲିବାନ ଧମକକୁ ବେଖାତିର କରି ରବିବାର ପୁଣି କାର୍ଯ୍ୟରେ ଯୋଗଦେଇଥିବା ଜଣାପଡିଛି ।

ସେମାନଙ୍କ ପ୍ରତି ତାଲିବାନ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ, ତାହା ଜଣାପଡୁନଥିଲେ ସୁଦ୍ଧା ସେମାନେ ଜୀବନକୁ ପାଣି ଛଡେଇ କର୍ମକ୍ଷେତ୍ରକୁ ଫେରିଛନ୍ତି । ତିନି ସନ୍ତାନର ଜନନୀ ୩୫ ବର୍ଷୀୟା ରୁବିନା ଜମାଲ କହିଛନ୍ତି ଯେ ପରିବାର ପୋଷିବାକୁ ତାଙ୍କୁ ବେତନ ଆବଶ୍ୟକ । ତେଣୁ କର୍ମକ୍ଷେତ୍ରକୁ ଫେରିବା ବ୍ୟତୀତ ତାଙ୍କ ନିକଟରେ ଅନ୍ୟ ବିକଳ୍ପ ନାହିଁ । ଆପାଦମସ୍ତକ ବୁର୍ଖା ପରିଧାନ କରିଥିବା ଏହି ମହିଳାମାନେ ତାଲିବାନର ନୀତିକୁ ସ୍ୱାଗତ କରିଛନ୍ତି ।

ବିଶେଷକରି କ୍ଲାସରୁମରେ ଛାତ୍ର ଓ ଛାତ୍ରୀଙ୍କ ପାଇଁ ପୃଥକ ବସିବା ବ୍ୟବସ୍ଥା ଓ ମହିଳାଙ୍କ ଡ୍ରେସକୋଡ୍‌କୁ ସେମାନେ ଦୃଢ ସମର୍ଥନ କରିଛନ୍ତି । ଆୟୋଜିତ ସଭାରେ ମହିଳା ବକ୍ତାମାନେ ତାଲିବାନ ବିରୋଧରେ ମହିଳାଙ୍କ ବିକ୍ଷୋଭକୁ ସମାଲୋଚନା କରିଥିଲେ । ପୂର୍ବ ତାଲିବାନ ସରକାର (୧୯୯୬-୨୦୦୧) ତୁଳନାରେ ବର୍ତ୍ତମାନର ସରକାର ମହିଳାଙ୍କୁ ଅଧିକ ସୁରକ୍ଷା ଓ ଅଧିକାର ପ୍ରଦାନ କରୁଛି ବୋଲି ମହିଳା ବକ୍ତାମାନେ ମତବ୍ୟକ୍ତ କରିଥିଲେ । ସଭା ଶେଷହେବାପରେ ଏହି ମହିଳାମାନେ ସଂଗଠିତ ଭାବେ ସଭାକକ୍ଷ ତ୍ୟାଗ କରିଥିବାବେଳେ ବନ୍ଧୁକଧାରୀ ତାଲିବାନ ସୈନିକ ସେମାନଙ୍କୁ ଏସକର୍ଟ କରିଥିବା ଜଣାପଡିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *