ପ୍ରତିଶୋଧ ନେଲା ତାଲିବାନ: ଆଇଏସ-କେ ବେସ୍ ଉପରେ କଲା ଆକ୍ରମଣ

କାବୁଲ୍‌: ରବିବାର କାବୁଲର ଇଦଗାହ୍ ମସଜିଦ ବାହାରେ ହୋଇଥିବା ବିସ୍ଫୋରଣକୁ ନେଇ ତାଲିବାନ କ୍ରୋଧିତ ଥିବାର ଦେଖାଯାଇଛି । ଏହି ଆକ୍ରମଣରେ ୫ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ଆକ୍ରମଣର ଜବାବରେ ତାଲିବାନ ଆଇଏସ୍‌-ଖୋରାସାନ୍ (ଆଇଏସ୍‌-କେ) ବେସ ଉପରେ ଆକ୍ରମଣ କରିଛି । ତାଲିବାନ ପକ୍ଷରୁ କୁହାଯାଇଛି ଯେ ଆଇଏସ-କେ ର ଲୋକମାନେ ମସଜିଦ ଉପରେ ବୋମା ପକାଇବା ପରେ କାବୁଲରେ ଏକ ଇସଲାମିକ୍ ଷ୍ଟେଟ୍‌ରେ ଲୁଚି ରହିଥିଲେ । ଅଭିଯୁକ୍ତଙ୍କ ଉପରକୁ ଆକ୍ରମଣ କରି ସେମାନଙ୍କୁ ଧେର୍ କରିଥିବାର ସୂଚନା ଦେଇଛି ତାଲିବାନ୍ । କାବୁଲର ଇଦଗାହ୍ ମସଜିଦରେ ତାଲିବାନ ନେତା ତଥା ମୁଖପାତ୍ର ଜବିଉଲ୍ଲ୍‌ହା ମୁହାଜିଦ୍‌ଙ୍କ ପ୍ରାର୍ଥନା ସଭାରେ ରବିବାର ଲୋକମାନେ ଏକତ୍ରିତ ହୋଇଥିଲେ । ଫାଟକ ନିକଟରେ ହୋଇଥିବା ବିସ୍ଫୋରଣରେ ୫ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା । ଯଦିଓ ଏହି ଆକ୍ରମଣ ପାଇଁ କୌଣସି ଗୋଷ୍ଠୀ ଦାୟୀ ନୁହଁନ୍ତି, କିନ୍ତୁ ତାଲିବାନର ବିଶ୍ୱାସ ଯେ ଏହା ପଛରେ ଇସଲାମିକ୍ ଷ୍ଟେଟର ଆତଙ୍କୀ ଗୋଷ୍ଠୀ ଆଇଏସ୍‌-କେ ଥାଇପାରେ । କାରଣ ତାଲିବାନ ଆଫଗାନିସ୍ତାନ ଅକ୍ତିଆର କରିବାର ଏକ ମାସ ମଧ୍ୟରେ ଆଇଏସଆଇଏସ-କେ ତାଲିବାନ ବିରୋଧରେ ଆକ୍ରମଣ କରିଥିଲା । ଏହି ଘଟଣାର ବିରୋଧରେ ତାଲିବାନ ସୈନ୍ୟମାନେ କାବୁଲର ଉତ୍ତରରେ ଥିବା ଖେର୍ ଖାନାରେ ଥିବା ଏକ ଇସଲାମିକ୍ ଷ୍ଟେଟ୍‌ର କେନ୍ଦ୍ର ଉପରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ କେତେ ଜଣ ଆଇଏସ୍‌-କେ ଆତଙ୍କବାଦୀ ନିହତ ହୋଇଛନ୍ତି ଏବଂ କେତେ ଜଣ ତାଲିବାନୀ ସୈନ୍ୟ ଆହତ ହୋଇଛନ୍ତି, ଏନେଇ ଏବେ ଯାଏଁ ତାଲିବାନ୍ ପକ୍ଷରୁ କୌଣସି ସୂଚନା ମିଳିନାହିଁ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *