ଥାନା ଅଧିକାରୀଙ୍କ ଦବଙ୍ଗଗିରି : ଉତ୍ତ୍ୟକ୍ତଜନତାଙ୍କ ଥାନା ଘେରାଉ

ଫୁଲବାଣୀ: ଖଜୁରୀପଡା ଥାନା ଅଧିକାରୀଙ୍କ ବିରୋଧରେ ସ୍ଥାନୀୟ ଲୋକଙ୍କ ପୁଞ୍ଜିଭୂତ ଅସନ୍ତୋଷ ଆଜି ଉଗ୍ରରୂପ ନେଇଛି । ସାଧାରଣ ଜନତାଙ୍କୁ ଥାନା ଅଧିକାରୀ ଅକାରଣରେ ଦୁର୍ବ୍ୟବହାର କରୁଥିବା ଅଭିଯୋଗ କରିଛନ୍ତି ଖଜୁରୀପଡାବାସୀ । ଆଜି ସଂନ୍ଧ୍ୟରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା ଯେ, ଖଜୁରିପଡ଼ା ଥାନା ଅଧିକାରୀଙ୍କ ଦବଙ୍ଗଗିରିରେ ଲୋକେ ତାତିଉଠିଛନ୍ତି । ସାମ୍ବାଦିକଙ୍କଠାରୁ ଆରମ୍ଭ କରି ସଧାରଣ ଜନତା ଓ ରାଜନୈତିକ ଲୋକେ କେହି ମଧ୍ୟ ତାଙ୍କ ଦବଙ୍ଗଗିରିରୁ ବର୍ତ୍ତିନଥିଲେ । ଏହାର ପ୍ରତିବାଦରେ ଲୋକେ ଖଜୁରୀପଡା ଥାନା ଘେରାଉ କରିଛନ୍ତି । ଲୋକେ ଟାୟାର ଜାଳି ମୁଖ୍ୟ ରାସ୍ତାକୁ ଅବରୋଧ କରିରଖିଛନ୍ତି ।

ସଦର ଏସଡିପିଓ ମହେନ୍ଦ୍ରନାଥ ମୁର୍ମୁ ପହଞ୍ôଚ ଲୋକଙ୍କୁ ବୁଝାସୁଝା କରୁଥିଲେ ମଧ୍ୟ ଲୋକଙ୍କ ଜିଦ୍ ପୁଲିସ୍ ପାଇଁ ମଧ୍ୟ ମୁଣ୍ଡବ୍ୟଥାର କାରଣ ହୋଇଛି । ଲୋକଙ୍କ ଅଭିଯୋଗ ଅନୁଯାୟୀ, ଆଜି କୁଆଡେ ଥାନା ଅଧିକାରୀ ରମାକାନ୍ତ ପାତ୍ର ବଜାରରେ ଥିବା ଏକ ଜଳଖିଆ ଦୋକାନୀ ସରୋଜ କୁମାର ପ୍ରଧାନଙ୍କୁ ମାଡ଼ ମାରିବା ସହ ତା’ର ଜଳଖିଆ ଓ ତେଲ କଡେଇ ଫୋପାଡି ଦେଇଥିଲେ । ଏଥିସହ ସେ ଅନ୍ୟ ଜଣେ ବ୍ୟବସାୟୀ ରାଇକିଶୋର ପ୍ରଧାନଙ୍କୁ ମଧ୍ୟ ମାଡ଼ମାରିବା ସହ ଦୁର୍ବବ୍ୟବହାର ପ୍ରଦର୍ଶନ କରିଥିବା ଖଜୁରୀପଡା ବଣିକ ସଂଘ ଅଭିଯୋଗ କରିଛି । ସେହିଭଳି ବିନା କାରଣରେ ଓ ବିନା ପୋଲିସ୍ ପୋଷାକରେ ଥାନା ଅଧିକାରୀ ରାସ୍ତାରେ ଯାହାକୁ ଦେଖିଲେ ତାହାକୁ କୁଆଡ଼େ ବାଡ଼େଇବାକୁ ପଛେଇ ନଥିଲେ । ଏହାର ପ୍ରତିବାଦରେ ସନ୍ଧ୍ୟାରେ ଶତାଧିକ ଗ୍ରାମବାସୀ ଥାନା ଘେରାଉ କରିବା ସହ ରାସ୍ତା ଅବରୋଧ କରିଛନ୍ତି ।

ଆରକ୍ଷୀ ଅଧୀକ୍ଷକ ନ ଆସିବା ପର୍ଯ୍ୟନ୍ତ ଲୋକେ ଧାରଣାରୁ ଉଠିବେ ନାହିଁ ବୋଲି କହିଛନ୍ତି । ଥାନା ଅଧିକାରୀଙ୍କ ବଦଳି ସହ ବହିଷ୍କାର ଦାବି କରିଛନ୍ତି । ସ୍ଥାନୀୟ ଲୋକେ ଖଜୁରୀପଡା ଥାନାରେ ଏକ ଲିଖିତ ଅଭିଯୋଗ ମଧ୍ୟ ଦେଇଛନ୍ତି । ଅନ୍ୟପକ୍ଷରେ ଏହି ଘଟଣାକୁ ବରିଷ୍ଠ ବିଜେପି ନେତା ତଥା ବରିଷ୍ଠ ଆଇନଜୀବୀ ଭଗବାନ ମହାନ୍ତି ଥାନା ଅଧିକାରୀଙ୍କ ଏଭଳି କାର୍ଯ୍ୟକୁ ଦୃଢ ନିନ୍ଦା କରିବା ସହିତ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *