ସନ୍ତରଣକାରୀ ମାନା ପଟେଲଙ୍କୁ ଅଲମ୍ପିକ୍‌ ଟିକେଟ୍

ନୂଆଦିଲ୍ଲୀ: ଭାରତର ଆଉ ଜଣେ ସନ୍ତରଣକାରୀଙ୍କୁ ଅଲମ୍ପିକ୍ସ ଟିକେଟ୍ । ଦେଶର ପ୍ରଥମ ମହିଳା ସୁଇମର ଭାବେ ମାନା ପଟେଲ ଟୋକିଓ ଅଲମ୍ପିକ୍ସରେ ଭାଗ ନେବେ । ବ୍ୟାକ୍ ଷ୍ଟ୍ରୋକ୍ ଇଭେଣ୍ଟରେ ସିଧାସଳଖ ତାଙ୍କୁ ଅଲମ୍ପିକ୍ସକୁ ଏଣ୍ଟ୍ରି ମିଳିଛି । ବିଶ୍ୱବିଦ୍ୟାଳୟ ସ୍ତରର କୋଟାରେ ତାଙ୍କୁ ଏହି ସୁଯୋଗ ମିଳିଛି । ଏନେଇ କ୍ରୀଡ଼ା ମନ୍ତ୍ରୀ କିରଣ ରିଜିଜୁ ଟ୍ବଟ୍ କରି ସୂଚନା ଦେଇଛନ୍ତି । ଅଲମ୍ପିକ୍ସ ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହାପୂର୍ବରୁ ଶ୍ରୀହରି ନଟରାଜ ଓ ସାଜନ ପ୍ରକାଶ ସନ୍ତରଣ କ୍ଷେତ୍ରରେ ଭାରତକୁ ପ୍ରତିନିଧିତ୍ୱ କରୁଛନ୍ତି । ଅହମ୍ମଦାବାଦର ସୁଇମର୍ ମାନା ପଟେଲ ଏକାଧିକ ଜାତୀୟ ପ୍ରତିଯୋଗିତାରେ ଭାଗ ନେଇ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି । ୨୦୦ ମିଟର ବେକ୍ ଷ୍ଟ୍ରୋକ୍ ଇଭେଣ୍ଟରେ ୫୦ରୁ ଅଧିକ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଏହାପୂର୍ବରୁ ଟୋକିଓ ଅଲିମ୍ପିକ୍ସରେ ସ୍ଥାନ ପାଇସାରିଛନ୍ତି ଓଡ଼ିଶା ଦୌଡ଼ରାଣୀ ଦୂତୀ ଚାନ୍ଦ । ସ୍ପ୍ରିଣ୍ଟର ଦୂତୀ ଚାନ୍ଦଙ୍କୁ ଅଲିମ୍ପିକ ଟିକେଟ୍‌ ମିଳିଛି । ଟୋକିଓ ଅଲିମ୍ପିକ୍ସରେ ୨୦୦ ମିଟର ଓ ୧୦୦ ମିଟର ରେସ୍‌ରେ ଭାଗ ନେବାକୁ ସେ ଯୋଗ୍ୟ ବିବେଚିତ ହୋଇଛନ୍ତି । ୱାର୍ଲଡ ରାଙ୍କିଙ୍ଗ ଆଧାରରେ ତାଙ୍କୁ ଚୟନ କରାଯାଇଛି । ସେ ଟୋକିଓ ଅଲିମ୍ପିକ୍ସରେ ଭାଗ ନେବା ପାଇଁ ଚୟନ ହୋଇଥିବା ନେଇ ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *