swagataa sambardhana.
ପ୍ରଥମ ବର୍ଷ ଛାତ୍ରୀଙ୍କୁ ଦ୍ଵିତୀୟ ବର୍ଷ ଛାତ୍ରୀଙ୍କ ସ୍ବାଗତ ସମ୍ବର୍ଦ୍ଧନା
କାମାକ୍ଷାନଗର : ୦୮-୦୮-୨୦୨୪(ବି.ଏନ୍.ଓ) ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଭାବରେ ନାମ ଲେଖାଇଥିବା ପ୍ରଥମ ବର୍ଷ ଛାତ୍ରୀଙ୍କୁ ସ୍ବାଗତ କରିଛନ୍ତି ଦ୍ବିତୀୟ ବର୍ଷର ଛାତ୍ରୀ ମାନେ । ଏହି ଅବସରରେ ମହା ବିଦ୍ୟାଳୟ ଅଧ୍ୟକ୍ଷ ନିଗମାନନ୍ଦ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ସମାରୋହରେ ନବାଗତ ଛାତ୍ରୀ ମାନଙ୍କୁ ଧୂପ ଦ୍ୱୀପ ପୁଷ୍ପ ସହିତ ଚକଲେଟ ଦେଇ ସ୍ୱାଗତ କରାଯାଇଥିଲା ।ଅଧ୍ୟକ୍ଷ ଶ୍ରୀ ସାହୁ ନୂତନ ଛାତ୍ରୀମାନଙ୍କୁ ଆଇନ କାନୁନ୍ ବିଷୟରେ ଅବଗତ କରାଇଥିଲେ । ଠିକ୍ ସମୟରେ ଆସିବା ଓ ଯିବା, ଶୃଙ୍ଖଳିତ ହୋଇ ପାଠପଢିବା, ନିୟମିତ ଟାସ୍କ କରିବା, ବିଦ୍ୟାଳୟ ତରଫରୁ ଦିଆଯାଇଥିବା ନୋଟିସକୁ ଧ୍ୟାନ ଦେବା, ରାସ୍ତାରେ ଯିବାଆସିବା ବେଳେ ଟ୍ରାଫିକ ନିୟମ

ଅନୁଧ୍ୟାନକରିବା ବିଷୟରେ ସଚେତନ କରିଥିଲେ। ଏଥିସହିତ ମହା ବିଦ୍ୟାଳୟ ପରିସରରେ ମୋବାଇଲ ବ୍ୟବହାର ସମ୍ପୂର୍ଣ୍ଣ ନିଷିଦ୍ଧ ବୋଲି ସତର୍କ କରାଯାଇଥିଲା ।ଦ୍ବିତୀୟ ବର୍ଷ ଛାତ୍ରୀଙ୍କ ତରଫରୁ ମନୋରଂଜନ ପାଇଁ ଏକ ନୃତ୍ୟ ଗୀତର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ପ୍ରତ୍ୟେକ ଛାତ୍ରୀ ଲାଇବ୍ରେରୀ ସୁବିଧା ନେଇ ଅଧ୍ୟୟନ କରିବେ ବୋଲି ଅଧ୍ୟକ୍ଷ୍ୟ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଶିଶିରକାନ୍ତ ନାୟକ ମୂଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପିକା ମିନତି ନାୟକ, ସଂଗୀତାରାଣୀ ମହାପାତ୍ର, ସୁନିତି ବ୍ରତି ହୋତା, ମିନାକ୍ଷୀ ମହାରଣା, ପ୍ରଣତି ଧଳ, ରିନାରାଣୀ ଭୂୟାଁ, ସ୍ବାଗତିକା ନନ୍ଦ, ମଧୁସ୍ମିତା ବିଶ୍ବାଳ ଓ କର୍ମଚାରୀ ସୁବାଷ ମହାନ୍ତି ସହଯୋଗ କରିଥିଲେ ।