ଭିନ୍ନକ୍ଷମ ଯୁବତୀଙ୍କ ବିବାହ କଲେ ସୁଶାନ୍ତ

ବ୍ରାହ୍ମଣୀଗାଁ: ସମାଜରେ ଭିନ୍ନକ୍ଷମ ବ୍ୟକ୍ତି ଅନ୍ୟମାନଙ୍କ ଭଳି ସାଧାରଣ ଜୀବନଯାପନ କରିବାରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ବିଶେଷ କରି ସେମାନଙ୍କ ବୈବାହିକ କ୍ଷେତ୍ରରେ କୌଣସି ସୁବିଧା ସୁଯୋଗ ମିଳି ନ ଥାଏ । କିନ୍ତୁ ଏ କ୍ଷେତ୍ରରେ ସୁଶାନ୍ତ ନାୟକ ଏକ ଭିନ୍ନକ୍ଷମ ଝିଅକୁ ବିବାହ କରି ଏକ ଉଦାହରଣ ସୃଷ୍ଟି କରିପାରିଛନ୍ତି ଏବଂ ସରକାରଙ୍କଠାରୁ ପୁରସ୍କୃତ ମଧ୍ୟ ହୋଇଛନ୍ତି । ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ଭିନ୍ନକ୍ଷମ ପୁଅଝିଅଙ୍କ ଶିକ୍ଷା, ସ୍ୱାସ୍ଥ୍ୟର ବିକାଶ କରିବା ଓ ସାମାଜିକ ସୁରକ୍ଷା ନେଇ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନାରେ ଆର୍ôଥକ ସହାୟତା ପ୍ରଦାନ କରି ମୁଖ୍ୟସ୍ରୋତରେ ଆଣି ଅନ୍ୟମାନଙ୍କ ଭଳି ଜୀବନ ବଞ୍ଚିବା ପାଇଁ ବ୍ୟବସ୍ଥା କରାଯାଇଛି । ଏହି ସମସ୍ତ ସୁବିଧା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ପ୍ରଶାସନ ବିଭିନ୍ନ ସ୍ତରରେ ଯୋଗାଇଆସୁଛି ।

ହେଲେ ବ୍ଲକରେ ପ୍ରଥମ ଥର ଲାଗି ଭିନ୍ନକ୍ଷମ ଯୁବତୀଙ୍କୁ ବିବାହ କରିଥିବା ଯୁବକଙ୍କୁ ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ଆଡ଼େଇ ଲକ୍ଷ ଟଙ୍କା ଆର୍ôଥକ ସହାୟତା ପ୍ରଦାନ କରାଯାଇଛି । ସେମାନେ ହେଲେ ଉକ୍ତ ବ୍ଲକର ଭ୍ରମରବାଡ଼ି ପଞ୍ଚାୟତ କେରୁବାଡ଼ି ଗ୍ରାମର ପ୍ରମୋଦ କୁମାର ନାୟକ, ଜେର୍ମିନାଙ୍କ ପୁଅ ସୁଶାନ୍ତ ନାୟକ, ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଗ୍ରାମର ସୁଦାମ ଉଠାଣସିଂ ଓ ଇଂରେଶାଙ୍କ ଭିନ୍ନକ୍ଷମ ଝିଅ ସସ୍ମିତା ଉଠାଣସିଂ । ସରକାରଙ୍କ ଯୋଜନା ପ୍ରକାରେ ଆଜି ସୁଶାନ୍ତ ନାୟକ ଓ ସସ୍ମିତା ଉଠାଣସିଂଙ୍କୁ ପ୍ରୋତ୍ସାହନ ରାଶି ଅଢ଼େଇ ଲକ୍ଷ ଟଙ୍କାର ଚେକ ବ୍ଲକ କାର୍ଯ୍ୟାଳୟରେ ବିଡିଓ ଗଦାଧର ପାତ୍ର ପ୍ରଦାନକରି ଛନ୍ତି । ଏହାଫଳରେ ଭିନ୍ନକ୍ଷମ ଯୁବତୀଙ୍କୁ ବିବାହ କରିବା ପାଇଁ ଯୁବକଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇବ ବୋଲି ସାଧାରଣରେ ପ୍ରକାଶ ପାଇଛି । ଏଥିରେ ବ୍ଲକ ବିଏସଏସଓ କ୍ଷେତିଶ ପ୍ରିୟଦର୍ଶୀ ସାହୁ, ଭିନ୍ନକ୍ଷମ ସଂଗଠନ ଜିଲ୍ଲା ସଭାପତି ଅଜୟ ମୁଠାମାଝୀ, ସମ୍ପାଦକ ବିପିନ ଦିଗାଲ ସହଯୋଗ କରିଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *