ଆକ୍ସନ ମୋଡରେ ବିଏମସି-ବିଡିଏର ସ୍ପେସାଲ୍ ସ୍କ୍ୱାଡ୍

ଭୁବନେଶ୍ୱର : ଟଳିନି ମହାମାରୀ ବିପତ୍ତି । ହଟିନି ସଂକ୍ରମଣ । ତେବେ ସଂକ୍ରମଣ ହାରର କମିବାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କଟକଣା ସାମାନ୍ୟ କୋହଳ କରୁଛନ୍ତି । ଧୀରେ ଧୀରେ ପ୍ରତ୍ୟେକ କ୍ଷେତ୍ର ଖୋଲିବାକୁ ଯାଉଛି । କିନ୍ତୁ ସବୁଠି କୋଭିଡ୍ ନିୟମ କଡ଼ାକଡ଼ି ପାଳନ କରିବାକୁ କଡ଼ା ନିର୍ଦ୍ଦେଶ ରହିଛି । ଅନ୍ୟଥା ସଂକ୍ରମଣ ବଢ଼ିବାର ଆଶଙ୍କା ରହିଛି । ତେବେ ବିଭିନ୍ନ ବ୍ୟାଙ୍କ ଓ ଅଫିସ୍ ଗୁଡ଼ିକରେ କୋଭିଡ୍ ନିୟମ କିଭଳି ପାଳନ କରାଯାଉଛି ସେନେଇ ଯାଞ୍ଚ କରୁଛି ବିଏମସି-ବିଡିଏର ସ୍ପେସାଲ୍ ଟିମ୍ । ଅଚାନକ ପହଞ୍ଚି ତନାଘନା କରୁଛନ୍ତି । ରାଜ୍ୟରେ ଧୀରେ ଧୀରେ ଖୋଲୁଛି ଲକଡାଉନ୍ । ରାଜ୍ୟ ସରକାର ଲକଡାଉନ୍ ଖୋଲିବା ସହ କୋଭିଡ୍ କଟକଣା କଡ଼ାକଡ଼ି ଭାବରେ ପାଳନ କରିବାକୁ ଘୋଷଣା କରିଛନ୍ତି । ଏହି କ୍ରମରେ ସୋମବାର ବିଏମସି ଏବଂ ବିଡିଏର ଏନଫୋର୍ସମେଣ୍ଟ ସ୍କ୍ୱାଡ ପୋଲିସ ସହ ମିଶି ରାଜଧାନୀର ବିଭିନ୍ନ ବ୍ୟାଙ୍କ ଓ ଅଫିସ୍ ଗୁଡ଼ିକରେ କୋଭିଡ ନିୟମ ପାଳନର ତଦାରଖ କରିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *