ଅନ୍ତିମ ସମୟରେ ସିଲାବସ୍ ବଦଳିବା ନେଇ ସୁପ୍ରିମକୋର୍ଟ କ୍ଷୁବ୍ଧ

ନୂଆଦିଲ୍ଲୀ : ଅନ୍ତିମ ସମୟରେ ବଦଳିଗଲା ନିଟ୍‌ ଏସଏସ ପରୀକ୍ଷାର ସିଲାବସ୍। ଏହାକୁ ନେଇ କ୍ଷୁବ୍ଧ ସର୍ବୋଚ୍ଚ ନ୍ୟାୟାଳୟ। କେନ୍ଦ୍ର ସରକାରଙ୍କ ବିରୋଧରେ ଆପଣେଇଲେ କଡା ଆଭିମୁଖ୍ୟ । ଏପରିକି ସରକାରଙ୍କୁ ମଧ୍ୟ କଡା ତାଗିଦ୍ କରିଛନ୍ତି। ଯୁବ ଡାକ୍ତରଙ୍କୁ କ୍ଷମତାର ଖେଳରେ ଫୁଟବଲ୍‌ ବନାନ୍ତୁ ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟ ପ୍ରବେଶ ପରୀକ୍ଷା ସ୍ନାତକୋତ୍ତର ସୁପର ସ୍ପେଶିଆଲିଟି ପରୀକ୍ଷା ୨୦୨୧ର ସିଲାବସ୍ ଅନ୍ତିମ ସମୟରେ ବଦଳାଇବା ଘଟଣାରେ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି।

ଏହି ମାମଲାରେ ସଂପୃକ୍ତ ସମସ୍ତ ଅଧିକାରୀଙ୍କ ସହିତ ବୈଠକ କରି ଅକ୍ଟୋବର ୪ ସୁଦ୍ଧା ଜବାବ ଦେବାକୁ ଅଦାଲତ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନିଜ କ୍ଷମତାର ଖେଳରେ ଯୁବ ଡାକ୍ତରଙ୍କୁ ଫୁଟବଲ୍ ବନାନ୍ତୁ ନାହିଁ ବୋଲି ଉଚ୍ଚତମ ନ୍ୟାୟାଳୟ କହିଛନ୍ତି। ଅଚାନକ ସିଲାବସରେ ଏମିତି ପବିବର୍ତ୍ତନ ବିରୋଧରେ ୪୧ ପିଜି ଡାକ୍ତର ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରିଥିଲେ। ଏହି ପରିବର୍ତ୍ତନ  ଜେନେରାଲ ମେଡିସିନ ବିଦ୍ୟାର୍ଥୀଙ୍କ ସପକ୍ଷରେ କରାଯାଇଥିବା ସେମାନେ ଯୁକ୍ତି ବାଢିଥିଲେ। ତୁରନ୍ତ ସିଲାବସ ପରିବର୍ତ୍ତନ  ଉପରେ ରୋକ୍ ଲଗାଇବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ସେମାନେ ଆବେଦନରେ ନିବେଦନ କରିଛନ୍ତି।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *