ସାରା ଦେଶରେ କେବେ ଖୋଲିବ ସ୍କୁଲ, ନିଷ୍ପତ୍ତି ନେବେ ସରକାର : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଦେଶରେ ବିଭିନ୍ନ ସ୍ଥାନରେ କରୋନା ମହାମାରୀର ସ୍ଥିତି ଭିନ୍ନ ରହିଛି । ‘ସାରା ଦେଶରେ କେବେ ଖୋଲିବ ସ୍କୁଲ’ ଏହାର ନିଷ୍ପତ୍ତି କେନ୍ଦ୍ର ଓ ରାଜ୍ୟ ସରକାର ନେବେ। ଏହା ଆଜି ସର୍ବୋଚ୍ଚ ଅଦାଲତ କହିଛନ୍ତି । କରୋନା ମହାମାରୀ ମାମଲା ହ୍ରାସକୁ ନେଇ ସାରା ଦେଶରେ ସ୍କୁଲ ଖୋଲିବାକୁ ଦାବି କରି ଦିଲ୍ଲୀର ଜଣେ ଦ୍ୱାଦଶ ଶ୍ରେଣୀ ଛାତ୍ର ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ଏହାସହ ଛାତ୍ରଙ୍କର ଏହି ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି । ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି, ଏହି ମାମଲାରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ହିଁ ନିଷ୍ପତ୍ତି ନେବେ । ଏହାସହ ପିଲାମାନଙ୍କୁ ଏଥିରେ ସାମିଲ ହେବା ଉଚିତ ନୁହେଁ । ସାମ୍ବିଧାନିକ ପଦକ୍ଷେପ ଗ୍ରହଣ କରିବା ପରିବର୍ତ୍ତେ ପାଠ ପଢିବା ଉପରେ ଧ୍ୟାନ ଦେବା ଉଚିତ ବୋଲି କହିଛନ୍ତି । ପିଲାମାନେ ପୁଣି ସ୍କୁଲ ଯିବା ଜରୁରୀ ମାତ୍ର ଏହା ରାଜ୍ୟ ସରକାରମାନେ ହିଁ ନିର୍ଦ୍ଧାରିତ କରିବେ । ପିଲାମାନଙ୍କୁ ସାମ୍ଭାବ୍ୟ ସଂକ୍ରମଣରୁ ଦୂରେଇ ରଖିବା ପାଇଁ ସରକାର ସତର୍କତା ଅବଲମ୍ବନ କରିଛନ୍ତି । ତେଣୁ ଅଦାଲତ ଶାସନକୁ ନିଜ ହାତକୁ ନେଇପାରିବେ ନାହିଁ । ସରକାର ନିଷ୍ପତ୍ତି ନେବେ ବୋଲି କହିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *