ଯାତ୍ରୀ କ୍ଷମତା ୮୫ ପ୍ରତିଶତକୁ ବୃଦ୍ଧି ପାଇଁ ଏୟାରଲାଇନ୍ସଙ୍କୁ ଅନୁମତି

ନୂଆଦିଲ୍ଲୀ: ଦେଶରେ କୋଭିଡ୍‌-୧୯ ମାମଲାରେ ହ୍ରାସ ଘଟୁଥିବା ବେଳେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଘରୋଇ ଉଡ଼ାଣରେ ଯାତ୍ରୀ କ୍ଷମତା ଅଧିକତମ ୮୫%କୁ ବୃଦ୍ଧି ପାଇଁ ଅନୁମତି ପ୍ରଦାନ କରିଛି । ଏକ ସରକାରୀ ନୋଟିଫିକେସନ୍ ଅନୁସାରେ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଘରୋଇ ଉଡ଼ାଣର ସ୍ଥିତି ସମୀକ୍ଷା କରିବା ସହ ଲୋକଙ୍କ ବିମାନ ଯାତ୍ରା ପାଇଁ ଆଗ୍ରହକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ଏହି ସୀମା ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଲାଗୁ ରହିବ ବୋଲି ନୋଟିଫିକେସନ୍‌ରେ କୁହାଯାଇଛି । ପୂର୍ବରୁ ଅଗଷ୍ଟ ୧୨ ତାରିଖରେ ପ୍ରକାଶ ପାଇଥିବା ଆଦେଶରେ ଏହି ସୀମା ୭୨.୫% ଥିଲା । କୋଭିଡ୍‌-୧୯ ଲକ୍‌ଡାଉନ୍ ଯୋଗୁଁ ଗତବର୍ଷ ବିମାନ ଚଳାଚଳ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଥିଲା । ତେବେ ଦୁଇମାସର ବ୍ୟବଧାନ ପରେ ୨୦୨୦ ମେ ମାସରେ ୩୩% ଯାତ୍ରୀ କ୍ଷମତା ସହ ଘରୋଇ ବିମାନ ଚଳାଚଳକୁ ଅନୁମତି ମିଳିଥିଲା । ଯାତ୍ରୀ କ୍ଷମତାରେ ଧୀରେ ଧୀରେ ବୃଦ୍ଧି ଘଟି ୨୦୨୦ ଡିସେମ୍ବରରେ ଏହା ୮୦ ପ୍ରତିଶତରେ ପହଞ୍ଚିଥିଲା । ତେବେ ୨୦୨୧ ଜୁନ୍ ୧ ତାରିଖରେ ଏହାକୁ ୫୦ ପ୍ରତିଶତକୁ ଖସାଇ ଦିଆଯାଇଥିଲା । ପରେ ଜୁନ୍ ୫ ତାରିଖରେ ୬୫ ପ୍ରତିଶତକୁ ବୃଦ୍ଧି କରାଯାଇଥିଲ । ଚଳିତ ବର୍ଷ ଅଗଷ୍ଟ ୧୨ ତାରିଖ ପରଠାରୁ ୭୨.୫ ପ୍ରତିଶତ ଯାତ୍ରୀ କ୍ଷମତାରେ ଘରୋଇ ଉଡ଼ାଣ ଜାରି ରହିଥିଲା । ଇତିମଧ୍ୟରେ ଶନିବାର ମନ୍ତ୍ରଣାଳୟ ପକ୍ଷରୁ ବିମାନ ଭଡ଼ାର ନିମ୍ନତମ ଓ ଉଚ୍ଚତ୍ତମ ସୀମା ୧୫ ଦିନ ପର୍ଯ୍ୟନ୍ତ ଲାଗୁ ରହିବ ବୋଲି କୁହାଯାଇଥିଲା । ଅର୍ଥାତ୍ ୧୬ତମ ଦିନରୁ ବିମାନ ଚଳାଚଳ କମ୍ପାନୀ ବିନା କୌଣସି ସୀମାରେ ଶୁଳ୍କ ନେବା ପାଇଁ ସ୍ୱତନ୍ତ୍ର ହେବେ । ଚଳିତ ବର୍ଷ ଅଗଷ୍ଟ ୧୨ ତାରିଖରୁ ଏହି ବ୍ୟବସ୍ଥା ୩୦ ଦିନ ପାଇଁ ଥିଲା ଏବଂ କମ୍ପାନୀ ୩୧ତମ ଦିନରୁ ଶୁଳ୍କ ନେଉଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *