ସରକାରୀ ବାବୁଙ୍କ ଧମକ : ଟଙ୍କା ଦୁଇ ଲକ୍ଷ ଦିଅ, ନହେଲେ ଫାଇଲ ମୁଭ୍ ହେବନାହିଁ

ସୁନ୍ଦରଗଡ଼ : ଟଙ୍କା ଦୁଇ ଲକ୍ଷ ଦିଅ, ନହେଲେ ଫାଇଲ ମୁଭ୍ ହେବନାହିଁ । ଏମସିଏଲ ଖଣିପାଇଁ ବିସ୍ଥାପିତଙ୍କ କ୍ଷତିପୂରଣ ଟଙ୍କା ଦେବା ପାଇଁ ଲାଞ୍ଚ ମାଗୁଛନ୍ତି ଆର୍‌ଆଇ । ଭାଇରାଲ ହେଲା ଆରଆଇ ଓ ବିସ୍ଥାପିତ ଭାସ୍କର ବଢେଇଙ୍କ ମଧ୍ୟରେ କଥାବାର୍ତ୍ତାର ଅଡିଓ । କିଭଳି ଟଙ୍କା ଦେଲେ, ଶୀଘ୍ର କାମ ହୋଇଯିବ, ସେନେଇ ଏହି ଅଡିଓରୁ ଖୁଲାସା ହୋଇଛି । ଆରଆଇ ଜଣଙ୍କ ନା’ ଅମୀୟ ଛୁରା ବୋଲି ସୂଚନା ମିଳିଛି । ବିସ୍ଥାପିତ ଜଣଙ୍କ ଅଭିଯୋଗ କରିଛନ୍ତି, ଦୁଇଲକ୍ଷ ଦେଲେ ଫାଇଲ ମୁଭ୍ ହେବ ବୋଲି ଆରଆଇ କହୁଛନ୍ତି । ସେହିପରି ଜଣେ ଦଲାଲ ମଧ୍ୟ କ୍ଷତିପୂରଣ ଟଙ୍କା ପାଇବାକୁ ହେଲେ ଏଡିଏମ ଏବଂ ଆରଆଇଙ୍କୁ ଟଙ୍କା ଦେବା ପାଇଁ ପଡିବ ।

ତାହାହେଲେ ଯାଇ କ୍ଷତିପୂରଣ ଟଙ୍କା ମିଳିବ ବୋଲି କହିଥିବା କହିଛନ୍ତି ବିସ୍ଥାପିତ । ସୂଚନା ଅନୁଯାୟୀ, ଭାସ୍କର ବଢେଇ ଘର ଲେଫ୍ରିପଡା ବ୍ଲକ କୁରୁମକେଲ ଗାଁରେ । ତାଙ୍କ ଆଈ ହେମବତୀ ବଢେଇଙ୍କ ଜମି ରହିଛି ହେମଗିରି ବ୍ଲକ ଝୁପୁରଙ୍ଗା ଗାଁରେ । ଆଉ ଏହି ଗାଁ ଏବେ ଏମସିଏଲର ମହାଲକ୍ଷ୍ମୀ ପ୍ରକଳ୍ପରେ ବିସ୍ଥାପତି ହେଉଛି । ଏହି ପ୍ରକଳ୍ପରେ କ୍ଷତିପୂରଣ ବାବଦକୁ ଭାସ୍କର ପାଇବେ ୯୫ ଲକ୍ଷରୁ ଅଧିକ ଟଙ୍କା । ଏସଂପର୍କରେ ଅତିରିକ୍ତ ଜିଲ୍ଲପାଳ କହିଛନ୍ତି ଏହା ସଂପୂର୍ଣ୍ଣ ମିଥ୍ୟା ଏବଂ ଭାଇରାଲ ଅଡିଓ ସଂପର୍କରେ କୌଣସି ସୂଚନା ତାଙ୍କ ପାଖରେ ନାହିଁ । ସମସ୍ତ ପ୍ରକ୍ରିୟା ସ୍ୱଚ୍ଛ ଏବଂ ଧାର୍ଯ୍ୟ ସମୟ ସୀମା ମଧ୍ୟରେ କରାଯାଉଛି ବୋଲି ସେ କହିଛନ୍ତି । ଅନ୍ୟପଟେ ଜିଲ୍ଲାପାଳ କହିଛନ୍ତି, ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେବେ ଏନେଇ ସମ୍ପୃକ୍ତ ଆରଆଇ କିମ୍ବା ଏମସିଏଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *