ଏହି ଦେଶରେ ଚିନିର ମୂଲ୍ୟ ୧୫୦ ଟଙ୍କାକୁ ବୃଦ୍ଧି

ଇସଲାମାବାଦ : ପ୍ରହସନ କରୁଛନ୍ତି ଇମ୍ରାନ୍ ସରକାର । ଜନତାଙ୍କ ପାଇଁ ପ୍ୟାକେଜ୍ ଘୋଷଣା କଲେ, କିନ୍ତୁ ଚିନି ମୂଲ୍ୟ ବଢ଼ିଗଲା । ପାକିସ୍ତାନରେ ପେଟ୍ରୋଲ ଠାରୁ ମହଙ୍ଗା ଚିନି । ଚିନ୍ତାରେ ସାଧାରଣ ଲୋକ । ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ଦେଶରେ ହୁ ହୁ ହୋଇ ବଢ଼ୁଛି ଖାଦ୍ୟସାମଗ୍ରୀ ଦର । ଗୁରୁବାର ପେଟ୍ରୋଲ ତୁଳନାରେ ଅଧିକ ରହିଛି ଚିନି ଦର । ଦେଶର ବିଭିନ୍ନ ସହରରେ ଚିନି ମୂଲ୍ୟ କିଲୋଗ୍ରାମ ପ୍ରତି ୧୫୦ରେ ପହଞ୍ଚିଥିବା ବେଳେ ପେଟ୍ରୋଲ ଲିଟର ପିଛା ୧୩୮.୩୦ ଟଙ୍କାରେ ବିକ୍ରି ହେଉଛି । ବୁଧବାର ଇମ୍ରାନ ସରକାର ଦେଶବାସୀଙ୍କ ପାଇଁ ସବୁଠୁ ବଡ ସବସିଡି ପ୍ୟାକେଜ ଘୋଷଣା କରିଥିଲେ । ଦରଦାମ୍ କମ୍ ହେବ ବୋଲି ଚିନ୍ତା କରିଥିଲେ ପାକ୍ ଜନତା । ହେଲେ ଫଳ ହେଲା ଓଲଟା ।

ଲୋକଙ୍କୁ ଦରବୃଦ୍ଧିରୁ ଆଶ୍ୱସ୍ତି ମିଳିବ କ’ଣ ବିଭିନ୍ନ ସାମଗ୍ରୀର ମୂଲ୍ୟ ଅହେତୁକ ଭାବେ ବୃଦ୍ଧି ପାଇଛି । ମୁଦ୍ରାସ୍ପିତି ନିୟନ୍ତ୍ରଣ ପାଇଁ ଇମ୍ରାନ ସରକାର ୧୨୦ ଆରବ ଟଙ୍କାର ରିଲିଫ ପ୍ୟାକେଜ ଘୋଷଣା କରିଛନ୍ତି । ଏଥିରେ ଘିଅ, ମଇଦା ଏବଂ ଡାଲି ଉପରେ ୩୦ ପ୍ରତିଶତ ରିହାତି ପ୍ରଦାନ କରାଯାଉଛି । ହେଲେ ତାଙ୍କର ସହୟତା ପ୍ୟାକେଜ୍ କେବଳ ଫାଇଲରେ ସୀମିତ ହୋଇ ରହିଗଲା ପରି ଲାଗୁଛି ।

ପାକିସ୍ତାନର ବିଭିନ୍ନ ସହରରେ ଚିନି କିଲୋଗ୍ରାମ ପିଛା ୧୫୦ ଥିବାବେଳେ ପେଟ୍ରୋଲ ଲିଟର ପିଛା ପାଖାପାଖି ୧୪୦ଟଙ୍କାରେ ବିକ୍ରି ହେଉଛି । ପେଶୱାରର ହୋଲସେଲ ବଜାରରେ ଚିନି ମୂଲ୍ୟ କିଲୋଗ୍ରାମ ପିଛା ଏକାବେଳେ ୬ ଟଙ୍କା ବୃଦ୍ଧି ପାଇଛି । ହୋଲସେଲ ବଜାରରେ ଚିନି କିଲୋଗ୍ରାମ୍ ପ୍ରତି ୧୪୦ଟଙ୍କାରେ ବିକ୍ରି ହେଉଥିବା ବେଳେ ଖୁଚୁରା ମୂଲ୍ୟ ୧୪୫ରୁ ୧୫୦କୁ ବୃଦ୍ଧି ପାଇଥିବା କହିଛନ୍ତି ଚିନି ଡିଲର ଆସୋସିଏସନର ସଭାପତି । ସେହିପରି ଗତକାଲି ଲାହୋରର ହୋଲସେଲ ବଜାରରେ ଚିନି ମୂଲ୍ୟ ୧୨୬ ଟଙ୍କା ଥିଲା ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *