ଓଜେଏସ୍ ପରୀକ୍ଷାରେ କିଟ୍ ଲ’ ସ୍କୁଲର ୯ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ

ଭୁବନେଶ୍ୱର : ଓଜେଏସ୍ ପରୀକ୍ଷାରେ କିଟ୍ ଲ’ ସ୍କୁଲର ଛାତ୍ରଛାତ୍ରୀଙ୍କ କୃତିତ୍ୱ । ଓଡ଼ିଶା ବିଚାର ବିଭାଗୀୟ ସେବା- ଓଜେଏସ୍ ପରୀକ୍ଷାରେ କିଟ୍ ଲ’ ସ୍କୁଲର ୯ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ଓପିଏସ୍‌ସି ପ୍ରକାଶିତ ୨୦୧୯ ପରୀକ୍ଷା ଫଳରେ ମୋଟ୍ ୪୭ଜଣ କୃତକାର୍ଯ୍ୟ ହୋଇଛନ୍ତି । ଏଥିରେ ୯ଜଣ ଛାତ୍ରଛାତ୍ରୀ କିଟ୍ ଲ ସ୍କୁଲର ରହିଛନ୍ତି । କିଟ୍ ଲ ସ୍କୁଲର ୩ଜଣ ଛାତ୍ର ପ୍ରଥମ ୧୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇବା ଗୌରବ ଅର୍ଜନ କରିଛନ୍ତି । କୃଷ୍ଣ ମିଶ୍ର ତୃତୀୟ ସ୍ଥାନରେ ରହିଥିବା ବେଳେ ଶୁଭଜିତ ବେହେରା ଓ ଦେବାନ ସତ୍ୟଦର୍ଶୀ ନନ୍ଦ ଯଥାକ୍ରମେ ପଞ୍ଚମ ଓ ସପ୍ତମ ସ୍ଥାନରେ ଅଛନ୍ତି ।

ଓଜେଏସ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା କିଟ୍ ଲ ସ୍କୁଲର ଅନ୍ୟ ୬ଜଣ ଛାତ୍ରଛାତ୍ରୀ ହେଲେ ଚନ୍ଦନ ଦେହୁରୀ, ଦେବମାଳିନୀ ଐଶ୍ୱର୍ଯ୍ୟା, ଜୟା ରାୟ, ମନ୍ଦିରା ମହାନ୍ତ, ସାରୋନ୍ ବସ୍ତିଆ ଏବଂ ଭିୟେନା ନାୟକ । ଏମାନଙ୍କ ମଧ୍ୟରୁ ୭ଜଣ କିଟ୍ ଲ ସ୍କୁଲରୁ ଏଲ୍ ଏଲବି କରିଥିବା ବେଳେ ୨ଜଣ ବର୍ତ୍ତମାନ ଏଲ୍‌ଏଲ୍‌ଏମ୍ କରୁଛନ୍ତି । ଏହି ସଫଳତାରେ ଅଭିଭାବକ ତଥା ଛାତ୍ରଛାତ୍ରୀମାନେ କିଟ୍ ଲ ସ୍କୁଲକୁ ଧନ୍ୟବାଦ ଜଣାଇବା ସହ ଏଠାରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯାଉଥିବାରୁ କିଟ୍ ଲ ସ୍କୁଲର ଛାତ୍ରଛାତ୍ରୀମାନେ ଲଗାତାର ସଫଳତା ହାସଲ କରିଆସୁଛନ୍ତି ବୋଲି କହିଛନ୍ତି । ଏହି ଅଭୂତପୂର୍ବ ସଫଳତାରେ କିଟ୍ ଓ କିସର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଖୁସି ବ୍ୟକ୍ତ କରିବା ସହ କୃତକାର୍ଯ୍ୟ ହୋଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *