ଖାଇବାକୁ ନଦେବାରୁ ହଷ୍ଟେଲ ଛାଡ଼ିଲେ ୧୪ ଛାତ୍ର

ମୋହନା : ଗଜପତି ଜିଲ୍ଲାରେ ବାରମ୍ବାର ହଷ୍ଟେଲଗୁଡିକରେ ଅବ୍ୟବସ୍ଥା ନେଇ ଛାତ୍ରଛାତ୍ରୀମାନେ ଅଭିଯୋଗ କରି ହଷ୍ଟେଲ ଛାଡ଼ୁଥିବା ଦେଖିବାକୁ ମିଳୁଛି । ସ୍ଥାନୀୟ ବ୍ଲକର ଦୁର୍ଗମ ଅଞ୍ଚଳ କଟାମାରେ ରହିଥିବା ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଭିନ୍ନ ସମୟରେ ଅବ୍ୟବସ୍ଥାକୁ ନେଇ ତାଲା ପକାଇବା ସହ ରାସ୍ତାରୋକ ମଧ୍ୟ ହୋଇଛି । ଏବେ ପୁଣି ହଷ୍ଟେଲ ଦାୟିତ୍ୱରେ ରହିଥିବା ପ୍ରଧାନଶିକ୍ଷକ ଦେବରଞ୍ଜନ ସୁଆଳ ସିଂ ଶନିବାର ହଷ୍ଟେଲ ଛାଡି କେଉଁ ଆଡେ ଚାଲିଯାଇଥିଲେ । ଫଳରେ ରୋଷେଇ ହୋଇନପାରିବାରୁ ସେମାନଙ୍କ ମଧ୍ୟରୁ ୧୪ ଜଣ ଛାତ୍ର ଭୋକ ସମ୍ଭାଳି ନପାରି ହଷ୍ଟେଲ ଛାଡି କେଉଁ ଆଡେ ଚାଲିଯାଇଥିଲେ । ଏହି ଛାତ୍ରମାନେ ହଷ୍ଟେଲ ଛାଡିବା ଘଟଣା ବ୍ଲକ ଶିକ୍ଷାଧିକାରୀ କିପରି ଜାଣିପାରିଲେ ନାହିଁ କି ବ୍ଲକ ମଙ୍ଗଳ ଅଧିକାରୀ ରଞ୍ଜନ ଜେନା ମଧ୍ୟ ଜାଣିପାରିଲେନି ତାହା ଅଭିଭାବକ ମାନେ ପ୍ରଶ୍ନ କରିଛନ୍ତି । ହଷ୍ଟେଲରୁ ଛାତ୍ର ନିଖୋଜ ହେବାର ୨୪ ଘଣ୍ଟା ପରେ ପ୍ରଧାନ ଶିକ୍ଷକ ଛାତ୍ରମାନଙ୍କ ଘରେ ପହଞ୍ôଚ ବୁଝାସୁଝା କରି ପୁଣି ହଷ୍ଟେଲ୍‌କୁ ଫେରାଇଆଣିଥିଲେ । ଛାତ୍ରମାନେ କହିଛନ୍ତି ପ୍ରଧାନଶିକ୍ଷକ ଆମକୁ ନିମ୍ନମାନନର ଖାଦ୍ୟ ଦେଉଛନ୍ତି । ପ୍ରଧାନଶିକ୍ଷକ ଏଥିପ୍ରତି ଗୁରୁତ୍ୱ ଦେଉନଥିବା କହିଛନ୍ତି । ଅପରପକ୍ଷରେ ରୋଷେଇ ହୋଇଥିବା ଖାଲି ଭାତ ହଷ୍ଟେଲ ପରିସରରେ ପଡିଥିବା ଦେଖିବାକୁ ମିଳିଛି । ଏହି ବିଦ୍ୟାଳୟକୁ ନୂତନ ପ୍ରଧାନଶିକ୍ଷକ ନିଯୁକ୍ତି କରାଯାଇଥିବା ବେଳେ ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରୁନାହାନ୍ତି ପ୍ରଧାନଶିକ୍ଷକ ସୁଆଳ ସିଂ । ଜିଲ୍ଲା ମଙ୍ଗଳ ଅଧିକାରୀ ସନ୍ତୋଷ କୁମାର ରଥ କହିଛନ୍ତି ପିଲା ହଷ୍ଟେଲ ଛାଡିବା ଏବଂ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଗଣମାଧ୍ୟମରୁ ଜାଣିବାକୁ ପାଇଲି । ଘଟଣାର ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *