ହୋମ ୱାର୍କ କରି ନଥିବାରୁ ଶିକ୍ଷକଙ୍କ ଆଖିବୁଜା ମାଡ଼, ହସପିଟାଲରେ ଜୀବନ ହାରିଲେ ଛାତ୍ର

ନୂଆଦିଲ୍ଳୀ : ରାଜସ୍ଥାନର ଚୁରୁ ଜିଲ୍ଲାର ସାଲାସର ଗାଁରେ ଘଟିଛି ଏକ ଛାତି ଥରେଇ ଦେବା ଭଳି ଘଟଣା । ଏଠାରେ ଥିବା ଏକ ଘରୋଇ ସ୍କୁଲର ଜଣେ ୭ମ ଶ୍ରେଣୀର ଛାତ୍ରକୁ ତାଙ୍କ ଶିକ୍ଷକ ହୋମ ୱାର୍କ କରିନଥିବାରୁ ପିଟି ପିଟି ମାରିଦେଇଥିବା ଅଭିଯୋଗ ହୋଇଛି । ୧୩ ବର୍ଷର ଏହି ଛାତ୍ରର ଏକମାତ୍ର ଭୁଲ ଥିଲା ଯେ, ଶିକ୍ଷକ ଦେଇଥିବା ହୋମ ୱାର୍କ କରିନଥିଲା । ଉକ୍ତ ଶିକ୍ଷକଙ୍କ କ୍ରୋଧ ମୁଣ୍ଡକୁ ଚଢ଼ିଗଲା । ଆଉ ଛାତ୍ରଟିକୁ ଆରମ୍ଭ କରିଦେଲେ ଆଖିବୁଜା ମାଡ଼ । ବିଧା, ଗୋଇଠା ଠାରୁ ଆରମ୍ଭ କରି ମନ ଇଚ୍ଛା ପିଟିଲେ । ପିଲାଟି ଏଥିରେ ଗୁରୁତର ଆହତ ହେବାରୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଛାତ୍ରଟିର ମୃତ୍ୟୁ ହୋଇଯାଇଥିବା ଜଣାଯାଇଛି । ସାଲସର ପୋଲିସ ସନ୍ଦୀପ ବିଶ୍ୱାସ କୁହନ୍ତି ଯେ କୋଲସର ନିବାସୀ ଓମ ପ୍ରକାଶ ତାଙ୍କ ପୁଅକୁ ଶିକ୍ଷକ ମାରି ଦେଇଥିବା ନେଇ ଏକ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ ପ୍ରକାଶଙ୍କ ପୁଅ ମନୋଜ (୧୩) ମଡର୍ଣ୍ଣ ପବ୍ଲିକ ସ୍କୁଲ ର ୭ମ ଶ୍ରେଣୀରେ ପଢ଼େ ।

ମନୋଜ ତାଙ୍କ ପିତାଙ୍କୁ ୧୫ ଦିନରେ ପ୍ରାୟ ୩ ଥର ଅଭିଯୋଗ କରିଥିଲେ ଯେ ତାଙ୍କ ଶିକ୍ଷକ ମନୋଜ ବିନା କାରଣରେ ତାଙ୍କୁ ମାରପିଟ କରୁଛନ୍ତି । ବୁଧବାର ବି ତାଙ୍କ ପୁଅ ସ୍କୁଲ ଯାଇଥିଲା । ତେବେ ସକାଳ ପ୍ରାୟ ୯ଟା ବେଳେ ଶିକ୍ଷକ ମନୋଜ ତାଙ୍କୁ ଫୋନ କରି କହିଥିଲେ ଯେ ତାଙ୍କ ପୁଅ ହୋମ ୱାର୍କ କରିନଥିବାରୁ ତାକୁ ମାଡ଼ ହୋଇଛି । ସେଥିପାଇଁ ସେ ବେହୋସ ହୋଇଯାଇଛି । କିଛି ସମୟ ପରେ ଓମ ପ୍ରକାଶ ସ୍କୁଲରେ ପହଞ୍ଚିଲେ । ପୂର୍ବରୁ ସେଠାରେ ତାଙ୍କର ପତ୍ନୀ ପହଞ୍ଚିସାରିଥିଲେ । ସ୍କୁଲର ଅନ୍ୟ ପିଲାମାନେ ଆତଙ୍କିତ ଥିଲେ । ସ୍କୁଲର ପିଲାମାନଙ୍କ ଠାରୁ ଯାହା ଜାଣିବାକୁ ମିଳିଲା ତାହା ଛାତି ଥରାଇ ଦେବା ଭଳି ଘଟଣା । ପିଲାଙ୍କ କହିବା ଅନୁଯାୟୀ, ଶିକ୍ଷକ ମନୋଜ କୁମାର ଛାତ୍ରଟିକୁ ନୃଶଂସ ଭାବେ ମାରିଥିଲେ । ଛାତ୍ରଟି ଲହୁ ଲୁହାଣ ହୋଇଯାଇଥିଲେ । ଛାତ୍ରଟିକୁ ମେଡିକାଲରେ ଭର୍ତ୍ତି କରିବା ପରେ ଡାକ୍ତର ଛାତ୍ରକୁ ମୃତ ଘୋଷଣା କରିଥିଲେ । ଛାତ୍ରର ପିତାଙ୍କ ଅଭିଯୋଗ ଅନୁଯାୟୀ ଶିକ୍ଷକଙ୍କ ନାମରେ ଏକ ମାମଲା ରୁଜୁ କରାଯାଇଛି । ମେଡିକାଲର ୩ ଜଣିଆ ଡାକ୍ତରୀ ଦଳ ଛାତ୍ରଟିର ପୋଷ୍ଟମର୍ଟମ କରିଥିବା ଜଣାଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *