ଅନଲାଇନରେ ହେବ ୟୁଜି ଓ ପିଜି ପରୀକ୍ଷା; ନିଜ କଲେଜରେ ସୁବିଧା ନଥିଲେ ନିକଟସ୍ଥ କେନ୍ଦ୍ରରେ ସେଣ୍ଟର

ଭୁବନେଶ୍ୱର: ବିଶ୍ୱବିଦ୍ୟାଳୟର କୁଳପତି ମାନଙ୍କୁ ନେଇ ଆଜି ବୈଠକ ବସିଥିଲା । ଏଥିରେ ୟୁଜି ଓ ପିଜି ପରୀକ୍ଷା ନେଇ ଆଲୋଚନା ହୋଇଛି । ଭର୍ଚ୍ଚୁଆଲ ବୈଠକ ପରେ ଜୁଲାଇ କିମ୍ବା ଅଗଷ୍ଟ ପରେ କିଭଳି ପରୀକ୍ଷା କରାଯିବ ସେନେଇ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି । ଅନଲାଇନରେ ପରୀକ୍ଷା ହେବ । ଏନେଇ ପଦକ୍ଷେପ ନିଆଯାଇ କଲେଜମାନଙ୍କୁ ସୂଚନା ଦିଆଯାଇଛି । ପରୀକ୍ଷାର ସୁପରିଚାଳନା ନେଇ ସମସ୍ତ ଡିଗ୍ରୀ କଲେଜର ପ୍ରିନ୍ସିପାଲଙ୍କ ସହ ଆଲୋଚନା କରାଯାଇଛି । ଗୋଟିଏ ବିଭାଗରେ ଥିବା ପିଲା ସଂଖ୍ୟା ଅନୁଯାୟୀ ୮ ପିଲାରେ ଜଣେ ଶିକ୍ଷକ ମେଣ୍ଟରିଂ କରିବେ । ପିଲାଙ୍କୁ ପରୀକ୍ଷା ପାଇଁ ପ୍ରସ୍ତୁତ କରିବେ । ଅନଲାଇନ୍ ପରୀକ୍ଷା ପାଇଁ ସୁବିଧା ନଥିବା ସ୍ଥାନରେ ଶିକ୍ଷାର୍ଥୀ ନିକଟସ୍ଥ କଲେଜରେ ଆସି ପରୀକ୍ଷା ଦେବେ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *