୭୨ଘଣ୍ଟା ମଧ୍ୟରେ ସାମୁଦ୍ରିକ ଝଡ଼ରେ ପରିଣତ ହେବ ବାତ୍ୟା ୟସ୍, ସ୍ପଷ୍ଟ କଲା ଭାରତୀୟ ପାଣିପାଗ ବିଭାଗ

ଭୁବନେଶ୍ୱର :  ଆସୁଛି ଆଉ ଏକ ବାତ୍ୟା। ବଙ୍ଗୋପସାଗରରେ ଦାନା ବାନ୍ଧୁଥିବା ଲଘୁଚାପ ବାତ୍ୟାରେ ପରିଣତ ହେବ। ମେ ୨୨ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ ବଳୟ। କ୍ରମଶଃ ଏହା ବଳଗୋଟାଇ ଶକ୍ତିଶାଳୀ ହେବା ପରେ ଦକ୍ଷିଣ ପଶ୍ଚିମ ଦିଗରେ ଗତି କରିବ। ୭୨ଘଣ୍ଟା ମଧ୍ୟରେ ଏହା ସାମୁଦ୍ରିକ ଝଡ଼ରେ ପରିଣତ ହେବ। ଏହା ଉତ୍ତରପଶ୍ଚିମ ଦିଗରେ ଗତିକରି ମେ ୨୬ ତାରିଖ ସଂଧ୍ୟା ବେଳକୁ   ଓଡ଼ିଶା ଓ ପଶ୍ଚିମବଙ୍ଗ ତଟରେ ପହଞ୍ଚିବାର ସମ୍ଭାବନା ରହିଛି। ଏହା ସ୍ପଷ୍ଟ କରିଛି ଭାରତୀୟ ପାଣିପାଗ ବିଭାଗ। କିନ୍ତୁ ଏହା କେଉଁଠି ଲାଣ୍ଡଫଲ କରିବ ଏବଂ ତୀବ୍ରତା କେତେ ରହିବ ତାହା ବର୍ତ୍ତମାନ ସ୍ପଷ୍ଟ ହୋଇ ନାହିଁ। ଲଘୁଚାପ ସୃଷ୍ଟି ହେବା ପରେ ଏହା ସ୍ପଷ୍ଟ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ତେବେ ୨୨ତାରିଖ ବେଳକୁ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି।

ଭିନ୍ନ ଭିନ୍ନ ପାଣିପାଗ ସଂସ୍ଥା ଭିନ୍ନ ଭିନ୍ନ ଆକଳନ କରିଛନ୍ତି। ୱିଣ୍ଡିର ମଡେଲ ମୁତାବକ ବାତ୍ୟା ଓଡିଶାର ଭଦ୍ରକ ଓ ବାଲେଶ୍ୱର ମଧ୍ୟରେ ଲ୍ୟାଣ୍ଡଫଲ କରିବାର ଅଧିକ ସମ୍ଭାବନା ରହିଛି। ଯଦି ଏହା ବାତ୍ୟା ସୃଷ୍ଟି ହୁଏ ତେବେ ତାର ନାଁ ରହିବ ୟସ । ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ବଳୟ ଆସନ୍ତା ସପ୍ତାହରେ ସାଇକ୍ଲୋନ ବା ସାମୁଦ୍ରିକ ଝଡ଼ର ରୂପ ନେଇପାରେ ବୋଲି ଆକ୍ୟୁ ୱେଦରର ବିଶିଷ୍ଟ ବିଜ୍ଞାନୀ ଜାସନ୍‌ ନିକୋଲ୍ସ କହିଛନ୍ତି । ଏହାର ପ୍ରଭାବ ଉତ୍ତର-ପୂର୍ବ ଭାରତ, ବାଂଲାଦେଶ ଓ ମିଆଁମାରରେ ପଡ଼ିପାରେ।ସେପେଟ ସ୍କାଏମେଟ କହିଛି, ସୃଷ୍ଟି ହେବାକୁ ଥିବା ଲଘୁଚାପ ଅବପାତ ଓ ବାତ୍ୟାରେ ପରିଣତ ହୋଇପାରେ। କିନ୍ତୁ ଏହା ଭାରତ ନୁହଁ ମିଆଁମାର ଉପକୂଳ ମୁହାଁଇବ ବୋଲି ଅନୁମାନ କରାଯାଇଛି।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *