କଲେଜ ଛାତ୍ରଛାତ୍ରୀଙ୍କ ହଷ୍ଟେଲ ‘ଫି’ ଛାଡ କଲେ ରାଜ୍ୟ ସରକାର

ଭୁବନେଶ୍ୱର : ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କ ପାଇଁ ଖୁସିଖବର । ବୈଷୟିକ ଶିକ୍ଷା ବିଭାଗ ଛାତ୍ରଛାତ୍ରୀଙ୍କ ହଷ୍ଟେଲ ‘ଫି’ ଛାଡ଼ କଲେ ରାଜ୍ୟ ସରକାର । ସମସ୍ତ ସରକାରୀ ବୈଷୟିକ ବିଶ୍ୱବିଦ୍ୟାଳୟ, ଇଞ୍ଜିନିୟରିଂ କଲେଜ ଓ ପଲିଟେକ୍‌ନିକର ଛାତ୍ରଛାତ୍ରୀଙ୍କ ହଷ୍ଟେଲ ଫି’ ଛାଡ଼ ହୋଇଛି । ୧୭ହଜାର ୧୨ଜଣ ଛାତ୍ରଛାତ୍ରୀଙ୍କ ଠାରୁ ହଷ୍ଟେଲ ‘ଫି’ ବାବଦରେ ଆନୁମାନିକ ୫କୋଟି ୧୦ଲକ୍ଷ ଟଙ୍କା ଛାଡ଼ କରାଯାଇଛି ।

ମହାମାରୀ କରୋନା ପାଇଁ ଲକ୍‌ଡାଉନ ସମୟରେ ରାଜ୍ୟର ସମସ୍ତ ସରକାରୀ ବୈଷୟିକ ଅନୁଷ୍ଠାନ ଏପ୍ରିଲ ୨୦୨୦ ଠାରୁ ଡିସେମ୍ବର ୨୦୨୦ ପର‌୍ୟ୍ୟନ୍ତ ବନ୍ଦ ରହିଥିଲା । ଛାତ୍ରଛାତ୍ରୀମାନେ ଏହି ସମୟରେ ହଷ୍ଟେଲ ସୁବିଧା ଉପଯୋଗ କରିନଥିଲେ । ମହାମାରୀ ସମୟରେ ଅନେକ ସାଧାରଣ ଜନତା ନାନା ଆର୍ôଥକ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଏହାକୁ ରାଜ୍ୟ ସରକାର ସହୃଦୟତାର ସହ ବିଚାର କରି ଫି ଛାଡ଼ କରିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *