ଭାରତ ସିରିଜ୍ ପୂର୍ବରୁ ଶ୍ରୀଲଙ୍କା କୋଚଙ୍କୁ କରୋନା

ନୂଆଦିଲ୍ଲୀ: ସଙ୍କଟରେ ଭାରତ ଶ୍ରୀଲଙ୍କା ଦିନିକିଆ ସିରିଜ । ଶ୍ରୀଲଙ୍କା ଟିମର ବ୍ୟାଟିଂ କୋଚ ଗ୍ରାଣ୍ଟ ଫ୍ଲାୱାର କୋଭିଡ-୧୯ ପଜିଟିଭ ହେବାପରେ ଭାରତ ସିରିଜକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି । ଗ୍ରାଣ୍ଟଙ୍କ ସମେତ ସବୁ ଶ୍ରୀଲଙ୍କା ଖେଳାଳିଙ୍କ ଇଂଲଣ୍ଡରୁ ଫେରିବା ପରେ ଆରଟି-ପିସିଆର ଟେଷ୍ଟ କରାଯାଇଥିଲା । ଏବେ ଏହାର ରିପୋର୍ଟ ଆସିବା ପରେ ଗ୍ରାଣ୍ଟ ପ୍ଲାୱାରଙ୍କୁ କରୋନା ହୋଇଥିବା ସୁନିଶ୍ଚିତ କରାଯାଇଛି ।

ଏଠାରେ ପ୍ରଶ୍ନ ଉଠୁଛି ଶ୍ରୀଲଙ୍କାର କୋଚଙ୍କୁ କରୋନା ହେବା ପରେ ଏବେ ୱାନଡେ ସିରିଜ ଉପରେ ଏହାର ପ୍ରଭାବ କ’ଣ ରହିବ? ସେପଟେ ଶ୍ରୀଲଙ୍କା ବୋର୍ଡ ପକ୍ଷରୁ କୁହାଯାଇଛି ଦିନିକିଆ ସିରିଜ ନର୍ଦ୍ଧାରିତ ସମୟରେ ହେବ । ସୂଚନାଯୋଗ୍ୟ ଶ୍ରୀଲଙ୍କା ଖେଳାଳିଙ୍କୁ ଇଂଲଣ୍ଡରୁ ଫେରିବା ପରେ ଘରକୁ ଯିବାକୁ ଦିଆଯାଇନଥିଲା ଏବଂ ସେମାନଙ୍କୁ କଲମ୍ବୋର ଏକ ହୋଟଲରେ ବାୟୋ ବବଲ ଭିତରେ ରଖାଯାଇଛି ।

ସୂଚନା ଅନୁଯାୟୀ ୧୩ ଖେଳାଳୀଙ୍କର କରୋନା ଟେଷ୍ଟ କରାଯାଇଛି । ଆସନ୍ତା ଜୁଲାଇ ୧୩ରୁ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଦିନିକିଆ ସିରିଜ ଆରମ୍ଭ ହେବାକୁ ଯାଉଛି । ଏହି ଭ୍ରମଣରେ ଭାରତୀୟ ଦଳ ୩ ଟି-୨୦ ମ୍ୟାଚ ସିରିଜ ମଧ୍ୟ ଖେଳିବାକୁ ଯାଉଛି । କୋଭିଡ କାରଣରୁ ଯଦି ଏହି ୱାନଡେ ଏବଂ ଟି-୨୦ ସିରିଜ ରଦ୍ଦ ହୁଏ ତେବେ ଶ୍ରୀଲଙ୍କା କ୍ରିକେଟ ବୋର୍ଡକୁ ୮୯ କୋଟି ଟଙ୍କାର କ୍ଷତି ହେବ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *