SREE JAGANNATH MAHOSCHOBA PAIN PRASTUTI BAITHAK

ଶ୍ରୀ ଜଗନ୍ନାଥ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ…

ନିଆଳୀ ୨୭-୧୧-୨୦୨୫(ବି.ଏନ .ଓ ) : (ବିଶ୍ଵମ୍ବର ସେନାପତି ) ତଥର ପ୍ରଥମ ଥର ପାଇଁ ଶ୍ରୀ ଜଗନ୍ନାଥ ମହୋତ୍ସବ ନଡିଆଗୁରୁଡି ଠାରେ ଅନୁଷ୍ଠିତ ହୋଇଥିବା ବେଳେ ଚଳିତ ଥର ୨ୟ ବାର୍ଷିକ ଜଗନ୍ନାଥ ମହୋତ୍ସବ ନିଆଳୀ ବ୍ଲକ ଦେବୀ କନ୍ଦଳ ଦୀପାଞ୍ଚଳ ଐତିହାସିକ ଦିପୋଟି ମେଳଣ ପଡିଆ ନିକଟରେ ଥୀବା ବଢିଆସାହୀ କେଳା ପଡ଼ିଆରେ ଅନୁଷ୍ଠିତ ହେବ। ଫେବୃଆରୀ ୧୧,୧୨,୧୩,୧୪,୧୫ ପାଂଚ ଦିନାତ୍ମକ ମହୋତ୍ସବ ଅନୁଷ୍ଠିତ ହେବାକୁ ଥିବାବେଳେ, ପ୍ରଥମ ପ୍ରସ୍ତୁତି ବୈଠକ ନୀଆଳୀ ବିଧାୟକ ଛବି ମଲିକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ,ଏହି ବୈଠକରେ ଦେବୀକନ୍ଦଳ ଦୀପାଅଂଚଳ ର ନିଆଳୀ ଓ କଣ୍ଟାପଡ଼ା ବ୍ଲକ ଅନ୍ତର୍ଗତ ୧୧ଗୋଟି ଗ୍ରାମପଞ୍ଚାୟତ ର ନେତୃ ମଣ୍ଡଳୀ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥୀଲେ। ସାଂସଦ ପ୍ରତିନିଧି ଜ୍ୟୋତିରଂଜନ ମହାନ୍ତି, ଯୁବ ସଂଗଠକ ସରୋଜ କୁମାର ସ୍ଵାଇଁ, ଯୁବନେତା ଆଲୋକ ଲେଙ୍କା, କଣ୍ଟାପଡ଼ା ବ୍ଲକ ଆତ୍ମା ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ପାତ୍ର,ସୁଶିଲ କୁମାର ମହାନ୍ତି,କସର୍ଦାର ସଂଗଠକ ଗଗନ ସାହୁ ଓ ରଜନୀକାନ୍ତ ମହାପାତ୍ର, ପ୍ରାକ୍ତନ ଜିଲ୍ଲାପରିଷଦ ସଭ୍ୟ ପ୍ରମୋଦ କୁମାର ସାହାଣୀ ,ସିଠାଳ ଗ୍ରାମପଞ୍ଚାୟତର ଗିରିଶ ମହାପାତ୍ର, ଅଶୋକ କୁମାର ପାତ୍ର,ଏକବେରୁଆର ମଦନମୋହନ ସ୍ବାଇଁ,ଅରୁଆ ସ୍ୱାଇଁ,ଶଗଡାଇଲୋର ରାଜକିଶୋର ମହାନ୍ତି,ଏରଞ୍ଚ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଦିନବନ୍ଧୁ ମହାପାତ୍ର,ବ୍ରାହ୍ମଣବାଟି ସରପଞ୍ଚ ସଞୟ ରାଉତରାୟ,ଉତ୍ତାରଣର କେଦାରନାଥ ରାୟ,ଡିମିରିର ଆଲୋକ କୁମାର ରାୟ,ଉରାଡ ପ୍ରାକ୍ତନ ସରପଞ୍ଚ ପ୍ରଶାନ୍ତ କୁମାର ପାତ୍ର, ପ୍ରମୁଖ ଯୋଗଦେଇ ଆଲୋଚନାର ଅଂଶ ଗ୍ରହଣ କରିଥିଲେ । ମୁଖ୍ୟ ଅତିଥି ତଥା ଶ୍ରୀ ଅନନ୍ତ ସେବା ପରିଷଦର ମୁଖ୍ୟ ବାବା ଅଭିରାମ ସରସ୍ୱତୀ ଯୋଗଦେଇ ଶ୍ରୀ ଜଗନ୍ନାଥ ମହୋତ୍ସବ ର ନିତିକାନ୍ତି ଓ କଥାମୃତ ଆଲୋଚନା ସଂପର୍କରେ ମାର୍ଗ ଦର୍ଶନ କରିଥିଲେ । ଏହି ମହୋତ୍ସବକୁ ଖୁବ ନିଷ୍ଠାର ସହ ଏକ ଭବ୍ୟ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଆୟୋଜନ ନିମନ୍ତେ ଦୀପାଞ୍ଚଳର ସମସ୍ତ ନେତୃ ମଣ୍ଡଳୀ ,ବୁଦ୍ଧିଯୀବୀ,ଓ ସ୍ୱେଛାସେବୀ ମାନେ ସହଯୋଗ କରିବାକୁ ବିଧାୟକ ଶ୍ରୀଯୁକ୍ତ ଛବି ମଲ୍ଲିକ ଆହ୍ୱାନ କରିଥିଲେ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *