ମହଜୁଦ ରହିଛି ପର୍ଯ୍ୟାପ୍ତ ସାମଗ୍ରୀ, ଅଯଥା ଲଗାନ୍ତୁ ନାହିଁ ଗହଳି : ଏସଆରସି

ଭୁବନେଶ୍ୱର: ରାଜ୍ୟରେ ଗୁରୁବାର ଠାରୁ ଅର୍ଥାତ ଆସନ୍ତା ୫ ତାରିଖରେ ଲାଗୁ ହେବାକୁ ଯାଉଛି ଲକଡାଉନ । ଏହି ଲକଡାଉନ ସମୟରେ ରାଜ୍ୟରେ କିଭଳି ଜାରି ରହିବ ଅତ୍ୟାବଶକୀୟ ସେବା ଏବଂ କେମିତି ମାନିବେ କଟକଣା ସେନେଇ ସୂଚନା ପ୍ରଦାନ କରିଛନ୍ତି ସ୍ବତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା ।

ଏସଆରସି ଭିଡିଏ ବାର୍ତ୍ତା ଦେଇ କହିଛନ୍ତି ରାଜ୍ୟରେ ଲକଡାଉନ ଲାଗୁ ହେବାକୁ ଯାଉଛି । ଏହାକୁ ନେଇ କୈଣସି ମତେ ଭୟଭୀତ ହେବାର ଆବଶ୍ୟକତା ନାହିଁ । ସମସ୍ତ ସୁବିଧା କରାଯାଇଛି । ଜନସାଧାରଣ ଯେପରି କୈଣସି ଅସୁବିଧାରେ ନପଡନ୍ତି ସେନେଇ ମଧ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇଛି । ଲକଡାଉନ ଲାଗୁ ହେଲେ ମଧ୍ୟ ପ୍ରତିଦିନ ସକାଳେ ଗ୍ରୋସରୀ ଦୋକାନ ଏବଂ ପନିପରିବା ଦୋକନା ଖୋଲା ରହିବ । ତେଣୁ ଅଯଥା ଭୟଭୀତ ହୁଅନ୍ତୁ ନାହିଁ କିମ୍ବା ବଜାର ହାଚରେ ଗହଳି ଲଗାନ୍ତୁ ନାହିଁ ବୋଲି କହିଛନ୍ତି ସ୍ବତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା ।

ଗହଳି ବଢିଲେ କରୋନା ବଢିବାର ଆଶଙ୍କା ରହିଛି । ଏଣୁ ଲୋକେ ସଚେତନ ରହିବା ପାଇଁ ଅପିଲ୍ କରିଛନ୍ତି ଏସଆରସି । ଲକଡାଉନ୍ ସମୟରେ ସକାଳ ୬ରୁ ଅପରାହ୍ନ ୧୨ଟା ପର୍ଯ୍ୟନ୍ତ ଗ୍ରୋସରି ଓ ପରିବା ଦୋକାନ ଖୋଲା ରହିବ । ସରକାର ଆବଶ୍ୟକ ମୁତାବକ ସମସ୍ତ ସାମଗ୍ରୀ ମହଜୁଦ ରଖିଛନ୍ତି । ଏଣୁ ଲୋକେ ଅଯଥା ବ୍ୟସ୍ତ ନ ହୋଇ ସରକାରଙ୍କ ନିୟମ ମାନିବା ଉଚିତ୍ । ସେହିପରି ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ ମହଜୁଦ ରହିଛି  । ସମସ୍ତ କଟକଣାକୁ ମାନିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଏସଆରସି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *