ଭାରତ-ଶ୍ରୀଲଙ୍କା ସିରିଜ ଉପରେ କଳାବାଦାଲ

ନୂଆଦିଲ୍ଲୀ: ଗତକାଲି ଶ୍ରୀଲଙ୍କାର ବ୍ୟାଟିଂ କୋଚ୍ ଗ୍ରାଣ୍ଟ ଫ୍ଲାୱାର କରୋନା ପଜିଟିଭ ହୋଇଥିବାବେଳେ ଶୁକ୍ରବାର ଶ୍ରୀଲଙ୍କାର ଡାଟା ଆନାଲିଷ୍ଟ ଜି.ଟି ନିରୋଶନ କରୋନା ପଜିଟିଭ ହୋଇଛନ୍ତି । ଯାହାକୁ ନେଇ ଭାରତ-ଶ୍ରୀଲଙ୍କା ସିରିଜ ଉପରେ ଛାଇଯାଇଛି କଳାବାଦଲ । ଏଭଳି ସ୍ଥିତିରେ ସିରିଜକୁ ପୁଣି ଥରେ ରି ସିଡ୍ୟୁଲ କରାଯାଉଛି । ପୂର୍ବରୁ ୱାନଡେ ସିରିଜ ଜୁଲାଇ ୧୩ରୁ ଆରମ୍ଭ ହେବାକୁ ଥିବାବେଳେ ଏବେ ଏହାକୁ ଜୁଲାଇ ୧୭ରୁ ଆରମ୍ଭ ହୋଇପାରେ । ଏହି ଗସ୍ତରେ ଟିମ ଇଣ୍ଡିଆକୁ ତିନିଟି ୱାନଡେ ଏବଂ ତିନିଟି ଟି-୨୦ ଖେଳିବାର ଅଛି । ଶିଖର ଧୱନଙ୍କ ନେତୃତ୍ୱରେ ଟିମ ବର୍ତ୍ତମାନ ଶ୍ରୀଲଙ୍କା ଗସ୍ତରେ ଅଛି । ସୂଚନା ଅନୁଯାୟୀ, ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଶନିବାର ସିରିଜର ନୂଆ କାର୍ଯ୍ୟସୂଚୀ ଘୋଷଣା କରିପାରେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *