ବିଏମସି ପକ୍ଷରୁ ହେଲା ସ୍ୱତନ୍ତ୍ର ଟେଷ୍ଟିଂ କ୍ୟାମ୍ପ୍, କୋଉଠି ଜାଣନ୍ତୁ…

ଭୁବନେଶ୍ୱର : ମହାମାରୀ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ପୂରା ଦମ୍ରେ ଅଣ୍ଟା ଭିଡ଼ିଛି ଭୁବନେଶ୍ୱର ମହାନଗର ନିଗମ (ବିଏମସି) । ଏନେଇ ବ୍ୟାପକ ସଚେତନତା କରାଯାଇ ଆସୁଛି । ଏପରିକି ଟିକାକରଣ ଓ ପରୀକ୍ଷଣ ପାଇଁ ଗୁରୁତ୍ୱାରୋପ କରାଯାଉଛି । ଏହି କ୍ରମରେ ରାଜଧାନୀର ବିଭିନ୍ନ ସ୍ଥାନରେ ହୋଇଛିି ସ୍ୱତନ୍ତ୍ର ଟେଷ୍ଟିଂ କ୍ୟାମ୍ପ୍ । ସୂଚନା ଅନୁସାରେ ୧ ନଂମ୍ବର ମାର୍କେଟର ସମସ୍ତ ଦୋକାନୀଙ୍କଠାରୁ ସାମ୍ପୁଲ୍ ସଂଗ୍ରହ କରାଯାଇଛି । ସେହିପରି ୟୁନିଟ୍-୪ ମାର୍କେଟ୍, ଆଇଡି ମାର୍କେଟ୍ ଓ ଚନ୍ଦ୍ରଶେଖରପୁର ଫଳ ବଜାରରେ ଥିବା ସମସ୍ତ ଦୋକାନୀଙ୍କଠାୁ ସାମ୍ପୁଲ୍ ସଂଗ୍ରହ କରିଛି ବିଏମସି । ଆଗୁଆ ସତର୍କ ରହିବା ଓ ନିଜକୁ ପରୀକ୍ଷଣ କରାଇନେବା ଫଳରେ ଜଣେ ସତର୍କ ରହିପାରିବ । ସେହିପରି ସଂକ୍ରମଣ ବ୍ୟାପିବାରୁ ମୁକ୍ତି ମିଳିପାରିବ ବୋଲି କୁହାଯାଇଛି । ଆଗକୁ ମଧ୍ୟ ଏଭଳି ପଦକ୍ଷେପ ନେବାକୁ ସାଧାରଣରେ ମତପ୍ରକାଶ ପାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *