କୋହଳ ହେଉଛି କଟକଣା, ଖୋଲିବ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ହଷ୍ଟେଲ

ଭୁବନେଶ୍ୱର: ଆସନ୍ତା ୨୬ ତାରିଖରୁ ଖୋଲିବ ହଷ୍ଟେଲ । ହଷ୍ଟେଲ ଖୋଲିବାକୁ SOP ଜାରି କରିଛି ଗଣଶିକ୍ଷା ବିଭାଗ । ଦଶମ ଓ ଦ୍ବାଦଶ ଶ୍ରେଣୀ ପିଲାଙ୍କ ହଷ୍ଟେଲ ଖୋଲିବାକୁ SOP ଜାରି । ହଷ୍ଟଲରେ ସାମାଜିକ ଦୂରତା ରଖିବାକୁ ଗୁରୁତ୍ୱ ଦିଆଯାଇଛି । ଦୈନିକ ମେସ୍ ଏବଂ ଶୌଚାଳୟ ସାନିଟାଇଜ କରାଯିବ । ହଷ୍ଟେଲରେ ସ୍ୱାସ୍ଥ୍ୟ ଓ ପରିମଳକୁ ଗୁରୁତ୍ୱ ଦିଆଯାଇଛି। ସେହିପରି ଅଭିଭାବକଙ୍କ ଅନୁମତି ନେଇ ଛାତ୍ରଛାତ୍ରୀମାନେ ହଷ୍ଟେଲରେ ରହିପାରିବେ । ହଷ୍ଟେଲ ମୁଖ୍ୟ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ର ସହ ସମ୍ପର୍କରେ ରହିବେ । ହଷ୍ଟେଲରେ ପିଲାଙ୍କୁ ଏକତ୍ରିତ ନହେବାକୁ ପରାମର୍ଶ ଦିଆଯାଇଛି । ଏହାସହ ସବୁ ହଷ୍ଟେଲରେ ଆଇସୋଲେସନ ରୁମରେ ବ୍ୟବସ୍ଥା ରଖିବାକୁ SOP ଜାରି ହୋଇଛି।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *