ବାପାଙ୍କ ଚିତା ନ ଲିଭୁଣୁ ଆଖି ବୁଜିଲା ପୁଅ

ବୌଦ୍ଧ : ପୁରୀ ସ୍ୱର୍ଗଦ୍ୱାରରୁ ନିଜ ପିତାଙ୍କ ଅନ୍ତିମ ସଂସ୍କାର ସାରି ଫେରୁଥିବାବେଳେ ସଡ଼କ ଦୁର୍ଘଟଣାରେ ଚାଳିଗଲା ପୁଆର ଜୀବନ । ଏହି ଦୁର୍ଘଟଣାରେ ୪ ଜଣ ସମ୍ପର୍କୀୟ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ପ୍ରଥମେ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ବୌଦ୍ଧ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।
ସୂଚନା ଅନୁଯାୟୀ, ବୌଦ୍ଧ ଜିଲ୍ଲା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ପୁରୁଣାକଟକ ଥାନା କରଡ଼ାକୋଠା ଠାରେ ରାସ୍ତା କଡ଼ରେ ଏକ ଏଆର୍‌ଏସ୍‌ଏସ୍ କମ୍ପାନୀର ଟ୍ରଲର ଗାଡ଼ି ଠିଆ ହୋଇଥିଲା । ପୁରୀରୁ ନିଜ ପିତାଙ୍କ ଅନ୍ତିମ ସଂସ୍କାର ସାରି ଏକ ସ୍ୱିଫ୍ଟ କାରରେ ଫେରୁଥିବାବେଳେ କାରଟି ଟ୍ରଲର୍‌କୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ତରଭାର ଅରୁଣ ମେହେରଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଚାରିଜଣ ଗୁରୁତର ହୋଇଛନ୍ତି । ଗୁରୁତର ହେଲେ ବଲାଙ୍ଗୀର ଜିଲ୍ଲା ରୁଗୁଡିପାଲି ଅଞ୍ଚଳର ଛବି ମେହେର, ବେଳପଦରର ବିଦୁଭୂଷଣ ମେହେର, ଅଶୋକ ମେହେର ଓ ରାମ ମେହେର । ଆଜି ସକାଳୁ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା । ଖବର ପାଇ ହରଭଙ୍ଗା ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଓ ମୃତକଙ୍କୁ ଉଦ୍ଧାର କରିଛନ୍ତି । ପୁରୁଣାକଟକ ପୁଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି । ତେବେ ୪ ଗୁରୁତର ମୃତକଙ୍କ ସମ୍ପର୍କୀୟ ବୋଲି ଜଣାପଡ଼ିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *