ବାପାକୁ ହତ୍ୟାପରେ କୂଅରେ ପକାଇଲା ପୁଅ

ଭୁବନେଶ୍ୱର:  ଜନ୍ମରୁ ବଡ଼ ହେବା ପର୍ଯ୍ୟନ୍ତ ପିଲାଙ୍କର ପ୍ରତ୍ୟେକଟି ସୁଖଦୁଃଖରେ ବାପା ମା’ ସାଥି ହୋଇ ଛିଡ଼ା ହୋଇଥାନ୍ତି । ଆଶା ଥାଏ ପିଲାମାନେ ବୃଦ୍ଧ ବୟସରେ ସେମାନଙ୍କ ପାଇଁ ଆଶାବାଡ଼ି  ସାଜିବେ । କିନ୍ତୁ କିଛି ପିଲାଙ୍କର ସେମାନଙ୍କ ବାପାମା’ଙ୍କ ପ୍ରତି ଥିବା ଆଭିମୁଖ୍ୟ ସେମାନଙ୍କୁ ଅମଣିଷ କରିଦିଏ । ଭଲମନ୍ଦ ମଧ୍ୟରେ ପାର୍ଥକ୍ୟ ଭୁଲିଯାନ୍ତି ଏମାନେ । କେବେ କଳି ଝଗଡ଼ା କରନ୍ତି ତ କେତେବେଳେ ଜୀବନ ନେବାକୁ ପଛାନ୍ତି ନାହିଁ । ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାରେ । ବାପାକୁ ହତ୍ୟା କରି କୂଅରେ ପକାଇ ଦେଇଛି ପୁଅ । ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଜିରାବାଡ଼ି ଗ୍ରାମରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା ।

ଘର ଭିତରେ ଥିବା କୂଅରୁ ବାପାର ହାତ ବନ୍ଧା ଯାଇଥିବା ଅବସ୍ଥାରେ ମୃତ ଦେହ ଉଦ୍ଧାର ହୋଇଛି । ମୃତକ ଜଣକ ହେଲେ ବୁଲୁ ସାହୁ । ତାଙ୍କୁ ପରିବାର ଲୋକେ ହତ୍ୟା କରିବା ପରେ ହାତକୁ ବାନ୍ଧି କୂଅରେ ପକାଇ ଦେଇଥିବା ପୋଲିସ ଅନୁମାନ କରୁଛି । ସୂଚନା ଅନୁସାରେ ବୁଲୁ ପ୍ରତିଦିନ ମଦ୍ୟପାନ କରି ପରିବାରରେ କଳହ କରୁଥିଲେ । କୌଣସି କାରଣରୁ ବାପା ପୁଅ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ପୁଅ ରାଗିଯାଇ ବାପାଙ୍କୁ ହତ୍ୟା କରିବା ପରେ ଘର ଭିତରେ ଥିବା କୂଅରେ ହାତ ବାନ୍ଧି ପକାଇ ଦେଇଥିଲା । ଗତକାଲି ରାତି ସମୟରେ ପରିବାର ଲୋକଙ୍କ ଠାରୁ ଖବର ପାଇ ଜଗନ୍ନାଥ ପ୍ରସାଦ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଶବକୁ କୂଅରୁ ଉଦ୍ଧାର କରି  ବ୍ୟବଛେଦ ପାଇଁ ପଠାଯାଇଛି । ବ୍ୟବଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *