ମା’ ଚାପୁଡ଼ାରେ ଚାଲିଗଲା ପୁଅର ଜୀବନ

ଗଞ୍ଜାମ : ମାଆ… ସ୍ନେହ, ଶ୍ରଦ୍ଧା, ପ୍ରେମ, ମମତାର ରୂପଟିଏ । ନିଜ ସନ୍ତାନର ରକ୍ଷା ପାଇଁ ସାରା ଦୁନିଆ ସହ ଲଢିବାକୁ ପ୍ରସ୍ତୁତ ହୋଇଯାଏ ମାଆ । ତାର ସୁରକ୍ଷା ପାଇଁ ସବୁ ଦୁଃଖ କଷ୍ଟ, ବିପଦକୁ ସାମ୍ନା କରିଥାଏ । ବେଳେବେଳେ ସନ୍ତାନର ମଙ୍ଗଳ ପାଇଁ, ତାକୁ ଭଲ ସଂସ୍କାର ଦେବାପାଇଁ ତାକୁ ଶାସନ ବି କରେ । ଅଝଟ କଲେ ସ୍ନେହମିଶା ମାଡ ବି ମାରେ । ହେଲେ ମାଆ ଯଦି କ୍ରୋଧର ବଶବର୍ତ୍ତୀ ହୋଇ ଛୁଆକୁ ଜୋର୍ ଆଘାତ ଦେବ ଛୁଆର ଜୀବନ ବି ଯାଇପାରେ । ଏମିତି ଏକ ଦୁଃଖଦ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ପୋଲସରା ଜକର ଗାଁରେ । ସୂଚନା ଅନୁଯାୟୀ, କିଛିଦିନ ତଳେ ଜକର ଗାଁ ରଘୁନାଥ ସାହିର ବାପଘରକୁ ଆସିଥିଲେ ମମତା ବିଶ୍ୱାଳ । ୩ ବର୍ଷର ପୁଅ ଖାଇବା ପାଇଁ ଅଝଟ କରିବାରୁ ରାଗରେ ପୁଅ ଗାଲରେ ଏକ ଜୋର୍ ଚାପୁଡା ଦେଇଥିଲେ । ଆଉ ଚାପୁଡା ମାଡରେ ଛୁଆଟି ପ୍ରାଣ ହରାଇଛି । ପରେ ଶାଶୂ ଓ ବାପଘର ଲୋକ ବୁଝାମଣା ଭିତରେ ଶିଶୁଟିର ଶବ ସଂସ୍କାର ବି କରିଦେଇଥିବାର ଅଭିଯୋଗ ହୋଇଛି । ଘଟଣା ୩ ଦିନ ତଳର ହୋଇଥିବା ବେଳେ ଏ ସଂପର୍କିତ ଭିଡିଓ ଏବେ ଶୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *