ବୁଢ଼ି ମା’ଙ୍କୁ ଚପଲରେ ପିଟିଲା କୁଳାଙ୍ଗାର ପୁଅ….

ଲକ୍ଷ୍ନୌ : ପିତା-ମାତାଙ୍କୁ ଚଳନ୍ତୀ ଦେବତା ବୋଲି କୁହାଯାଏ । ତେଣୁ ବୃଦ୍ଧ ସମୟରେ ପିତା-ମାତାଙ୍କ ସେବା କରି ଏହି ଋଣରୁ ମୁକ୍ତି ପାଇଁ ସନ୍ତାନମାନେ ଚେଷ୍ଟା କରିଥାନ୍ତି । ହେଲେ ଏମିତି ଜଣେ କୁଳାଙ୍ଗାର ପୁଅ ଯେ କି ବୃଦ୍ଧା ମାତାଙ୍କୁ ଚପଲରେ ପିଟୁଥିବାର ଦୃଶ୍ୟ ଭାଇରାଲ ହେବାରେ ଲାଗିଛି । ଘଟଣାଟି ହେଉଛି ଉତ୍ତରପ୍ରଦେଶ ଅମରୋହ ଜିଲ୍ଲାର । ଏଠାରେ ଜଣେ ପୁଅ ତା’ର ବୃଦ୍ଧା ମାତାଙ୍କୁ ଚପଲରେ ପିଟୁଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି । ଖାଲି ସେତିକି ନୁହେଁ ମା’କୁ ଘରୁ ବାହର ମଧ୍ୟ କରିଦେଇଛି । ଏଭଳି ଘଟଣା ଘଟୁଥିବା ବେଳେ ପଡୋଶୀ ଏହାର ଭିଡିଓ ରେକଡିଂ କରି ଭାଇରାଲ କରିଦେଇଥିଲେ । ସୋସିଆଲ ମିଡ଼ିଆରେ ଏହି ଭିଡିଓ ଭାଇରାଲ ହେବା ପରେ ପୋଲିସ ଜାଣିବାକୁ ପାଇଥିଲା । ପୋଲିସ ଏବେ କୈଳାସ ନାମକ ଉକ୍ତ ପୁଅକୁ ଗିରଫ କରି କୋର୍ଟ ପଠାଇଦେଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *