ଜୁନ୍‌ ୧୦ରେ ଚଳିତ ବର୍ଷର ପ୍ରଥମ ଓ ଶେଷ ସୂର୍ଯ୍ୟ ପରାଗ, ଜାଣନ୍ତୁ କ’ଣ ରହିଛି ସମୟ..

ନୂଆଦିଲ୍ଲୀ: ଜୁନ ୧୦ରେ ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ । ହେଲେ ଓଡ଼ିଶାରେ ପଡ଼ିବନି ପ୍ରଭାବ । ଏହା ଚଳିତ ବର୍ଷର ପ୍ରଥମ ଓ ଶେଷ ସୂର୍ଯ୍ୟ ପରାଗ । ଭାରତରେ କେବଳ ଜାମ୍ମୁ-କାଶ୍ମୀରର ୧୦% ଅଞ୍ଚଳରେ ଆଂଶିକ ଭାବେ ସୂର୍ଯ୍ୟ ପରାଗ ଦିଶିବ । ପଠାଣି ସାମନ୍ତ ପ୍ଲାନେଟୋରିୟମ ଅନୁଯାୟୀ ଭାରତୀୟ ସମୟ ମଧ୍ୟାହ୍ନ ୧ଟା ୪୨ରୁ ସନ୍ଧ୍ୟା ୬ଟା ୪୧ ପର୍ଯ୍ୟନ୍ତ । ଏହାପରେ ପରବର୍ତ୍ତୀ ସୂର୍ଯ୍ୟପରାଗ ୨୦୨୨ ଅକ୍ଟୋବର ୨୫ରେ ଦେଖାଯିବ ।

ତେବେ ଏଥର ଏହା ପୂର୍ଣ୍ଣ ସୂର୍ଯ୍ୟପରାଗ ହେବ ବୋଲି ଆକଳନ କରାଯାଇଛି । ଯେଉଁଥିରେ ପୃଥିବୀକୁ ସମ୍ପୂର୍ଣ୍ଣ ଭାବେ ଚନ୍ଦ୍ର ଢ଼ାଙ୍କିଦେବ । ଏହାଦ୍ୱାରା କେବଳ ସୂର୍ଯ୍ୟଙ୍କ ଚାରିପାଖ ହିଁ ଦେଖାଯିବ। ସୂର୍ଯ୍ୟ ପରାଗ ସମୟରେ ଚନ୍ଦ୍ର ପାଖାପାଖି ୯୪ ପ୍ରତିଶତ ଢ଼ାଙ୍କି ହୋଇ ରହିବ । ପୂର୍ଣ୍ଣ ସୂର୍ଯ୍ୟପରାଗ ହେତୁ ଦିନ ବେଳେ ମଧ୍ୟ ଅନ୍ଧାର ଘୋଟି ଆସିବ । ଏଥର କରୋନା କାଳରେ ସୂର୍ଯ୍ୟପରାଗ ପଡ଼ୁଛି । ତେବେ ଭାରତରେ ଏହାର ଆଂଶିକ ପ୍ରଭାବ ପଡ଼ିବ ବୋଲି ଜଣାପଡ଼ିଛି । ତେଣୁ  ଭାରତରେ ଏହାକୁ ପାଳନ କରାଯିବ ନାହିଁ । ଆମେରିକା, ୟୁରୋପ ଏବଂ ଏସିଆର ଉତ୍ତର ଭାଗରେ ମଧ୍ୟ ଆଂଶିକ ସୂର୍ଯ୍ୟପରାଗ ଦେଖାଯିବ । ଉତ୍ତର କାନାଡା, ଗ୍ରୀନଲ୍ୟାଣ୍ଡ ଏବଂ ଋଷରେ ସମ୍ପୂର୍ଣ୍ଣ ସୂର୍ଯ୍ୟପରାଗ ଦେଖାଯିବ । ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଅପରାହ୍ନ ୧.୪୨ରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ୪୧ ପର୍ଯ୍ୟନ୍ତ ରହିବ । ଭାରତରେ ଆଶିଂକ ସୂର୍ଯ୍ୟପରାଗ ଥିବାରୁ ଏହାର କୌଣସି ସମୟ ଧାର୍ଯ୍ୟ ହୋଇନାହିଁ ।

 

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *