ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ବିନା ଭକ୍ତରେ ହେଉଛି ସ୍ନାନଯାତ୍ରା, ଲାଗୁ ହୋଇଛି ୧୪୪ ଧାରା

ବାରିପଦା: ଆଜି ହେଉଛି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଜଗତରନାଥ ଜଗନ୍ନାଥ, ବଡଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କ ସହ ସୁଦର୍ଶନ ବଡଦେଉଳରୁ ସ୍ନାନ ମଣ୍ଡପରେ ବିଜେ ହୋଇ ୧୦୮ ଲେଖାଏଁ ସୁବାସିତ ଜଳରେ ସ୍ନାନ କରିଛନ୍ତି। ଇଏ ହେଉଛି ଅପୂର୍ବ ଦୃଶ୍ୟ। ଭକ୍ତ ତ ଭକ୍ତ, ସ୍ବର୍ଗରୁ ଦେବତା ମାନେ ମଧ୍ୟ ଏହି ଚତୁର୍ଧା ମୃର୍ତ୍ତିଙ୍କ ଦିବ୍ୟ ସ୍ନାନ ଦର୍ଶନ କରିବା ପାଇଁ ବ୍ୟାକୁଳିତ ଥାନ୍ତି। ସାରା ଜଗତରେ ଦ୍ବିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ବାରିପଦା ଠାରେ ଆଜି ଏହି ଅଲୌକିକ ସ୍ନାନ ଯାତ୍ରା ଚାଲୁ ରହିଛି। ତେବେ ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କରୋନା ନିୟମ ଯୋଗୁଁ ଭକ୍ତଙ୍କ ପାଇଁ ଦର୍ଶନ ସଂପୂର୍ଣ୍ଣ ରୁପେ ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ଦ ରଖାଯାଇଛି। ମନ୍ଦିର ପରିସରରେ ସାଧାରଣ ଲୋକଙ୍କ ଭିଡକୁ ନଜରରେଖି ୧୪୪ଧାରା ଲାଗୁ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ମନ୍ଦିର ଏବଂ ଆଖପାଖ ଅଞ୍ଚଳର ୫୦୦ମିଟର ପରିସରରେ ୧୪୪ଧାରା ଲଗାଯାଇ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ମିତ ପି ପରମାରଙ୍କ ତତ୍ୱାବଧାନରେ ୨ଡିଏସ୍ପି, ୨ ଇନ୍ସପେକ୍ଟରଙ୍କ ସମେତ ୨୬ଜଣ ପୋଲିସ ଅଧିକାରୀ ଓ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ଶାନ୍ତିଶୃଙ୍ଖଳା ପାଇଁ ମୁତୟନ କରାଯାଇଛି। ଭକ୍ତଙ୍କ ବିନା ବଡଦାଣ୍ଡ ଖାଁ ଖାଁ ଲାଗୁଛି। ଠାକୁରଙ୍କ ନୀତିକାନ୍ତିରେ ଯେପରି କୌଣସି ଅବହେଳା ନରୁହେ ସେଥିପାଇଁ ମନ୍ଦିର ସେବାୟତ ମାନେ ଲାଗିରହିଛନ୍ତି। ସ୍ନାନ ପରେ ଶ୍ରୀବିଗ୍ରହ ମାନେ ଗଜାନନ ବେଶରେ ସାଧାରଣ ରେ ଦର୍ଶନ ଦେଉଛନ୍ତି।ତେବେ ଆଜି ରାତିରେ ପ୍ରଭୁ ଅଣସର ଘରକୁ ଯିବାର କାର୍ଯ୍ୟକ୍ରମ ଥିବା କଥା ମନ୍ଦିର ବଡପଣ୍ଡା କାମେଶ୍ୱର ତ୍ରିପାଠୀ ପ୍ରକାଶ କରିଛନ୍ତି। ଅପର ପକ୍ଷରେ ଭକ୍ତମାନେ ଶ୍ରୀଜୀଉଙ୍କ ଦର୍ଶନ ନପାଇ ଦୁଃଖିତ ରହୁଥିବା କହିଛନ୍ତି।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *