ରତ୍ନବେଦୀ ଛାଡ଼ି ସ୍ନାନବେଦୀରେ ଶ୍ରୀଜିଉ, ଭକ୍ତଶୂନ୍ୟ ହୋଇଛି ବଡ଼ଦାଣ୍ଡ

ପୁରୀ: ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ରତ୍ନବେଦୀ ଛାଡି ସ୍ନାନ ବେଦୀରେ ଶ୍ରୀଜିଉ। ବିନା ଭକ୍ତରେ ହେଉଛି ସ୍ନାନ ଯାତ୍ର। ଆଜି ଭକ୍ତାରୁଢ଼ ହୋଇନି ବଡ଼ଦାଣ୍ଡ। ବକ୍ତ ଏବଂ ଭଗବାନଙ୍କ ମଧ୍ୟରେ ଅପୂର୍ବ ମିଳନରେ ଆଜି କଟକଣା ଲାଗିଛି। ତେବେ ମଙ୍ଗଳାର୍ପଣ ପରେ ଡୋର ଲାଗି ଓ ପୁଷ୍ପାଞ୍ଜଳୀ କରି ଶ୍ରୀଜିଉଙ୍କ ପହଣ୍ଡି କରାଯାଇଥିଲା। ପ୍ରଥମେ ଚକ୍ରରାଜ ସୁଦର୍ଶନ, ପରେ ବଳଭଦ୍ର, ସୁଭଦ୍ରା ଓ ମହାବାହୁ ଶ୍ରୀଜଗନ୍ନାଥ ଧାଡ଼ି ପହଣ୍ଡିରେ ବିଜେ କରିଥିଲେ। ମଙ୍ଗଳା ଆଳତୀ ହୋଇ ମଇଲମ, ତଡ଼ପ ଲାଗି, ଅଧର ପୋଛା, ଅବକାଶ ପରେ ବର୍ତମାନ ବେଶ ଶେଷ ହୋଇଛି। ସ୍ନାନବେଦୀରେ ଶ୍ରୀଜିଉଙ୍କୁ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରାଯିବ।

ମହାସ୍ନାନ ପରେ ଶ୍ରୀଜିଉଙ୍କ ହାତୀବେଶ ଦର୍ଶନ ଅନୁଷ୍ଠିତ ହେବ। ଅତ୍ୟଧିକ ସ୍ନାନ ଯୋଗୁଁ ମହାପ୍ରଭୁ ଜ୍ବରରେ ପୀଡିତ ହୋଇ ଅଣସର ଘରେ ଅବସ୍ଥାନ କରିବେ। ଅଣସର ଘରେ ଗୁପ୍ତ ସେବା ଉପଚାର ଆଗାମୀ ୧୫ଦିନ ଧରି ଜାରି ରହିବ। ଚଳିତ ବର୍ଷ କରୋନା କଟକଣା ଯୋଗୁଁ ବିନା ଭକ୍ତରେ ସ୍ନାନ ପୁର୍ଣିମା ନୀତି କରାଯାଉଛି। ସ୍ନାନ ପୂର୍ଣ୍ଣିମା ପାଇଁ ସହରର ବିଭିନ୍ନ ସ୍ଥାନରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। ସୁରକ୍ଷା ବ୍ୟବସ୍ଥା ଲାଗି ସହରକୁ ୬ଟି ଜୋନରେ ବିଭକ୍ତ କରାଯାଇଛି। ୫ ଜଣ ଅତିରିକ୍ତ ଏସପି, ୩୫ ପ୍ଲାଟୁନ ଫୋର୍ସ, ୨୩ ଡିଏସ୍‌ପି, ୪୧ରୁ ଅଧିକ ଇନ୍ସପେକ୍ଟର ଓ ୧୫୦ରୁ ଅଧିକ ଅଧିକାରୀ ମୁତୟନ ହୋଇଛନ୍ତି। ଶ୍ରୀମନ୍ଦିର ଚତୁଃପାର୍ଶ୍ୱ, ବଡ଼ଦାଣ୍ଡ ଓ ପୁରୀ ପ୍ରବେଶ ପଥରେ ୧୫ଟି ସିସିଟିଭି କ୍ୟାମେରା ଲାଗିଛି। ଜଳଲାଗି ଓ ହାତୀବେଶ ସମୟରେ ଶ୍ରୀବିଗ୍ରହଙ୍କ ସମ୍ମୁଖରେ ଗହଳି ଏଡ଼ାଇବା ବ୍ୟବସ୍ଥା ହୋଇଛି।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *