ନୂଆ ସ୍ମାର୍ଟଫୋନ୍ ଭାରତରେ ଲଞ୍ଚ୍ ହେବ

ନୂଆଦିଲ୍ଲୀ: ଗୋଟିଏ ନୁହେଁ, ବିଭିନ୍ନ କମ୍ପାନିର ନୂଆ ସ୍ମାର୍ଟଫୋନ୍ ଲଞ୍ଚ ହେବ । ଚଳିତ ସପ୍ତାହରେ ହିଁ ଏଭଳି ଅତ୍ୟାଧୁନିକ ସ୍ମାର୍ଟଫୋନ୍ ଭାରତରେ ଲଞ୍ଚ ହେବାକୁ ଯାଉଛି। ୱାନପ୍ଲସ୍ ଏହାର ନୋର୍ଡ-୨ ଆଣୁଥିବାବେଳେ ପୋକୋ ଲଞ୍ଚ୍ କରିବା ଏଫ୍-୩ ଜିଟି । ଅଗ୍ରଣୀ ସ୍ମାର୍ଟଫୋନ୍ ନିର୍ମାଣକାରୀ କମ୍ପାନି ୱାନପ୍ଲସ୍ ଆସନ୍ତା ୨୨ ତାରିଖରେ ନୋର୍ଡ-୨ ବଜାର ପ୍ରବେଶ କରାଇବ । ୯୦ହର୍ଜ ରିଫ୍ରେଶ୍ କ୍ଷମତା ବିଶିଷ୍ଟ ଏହି ଫୋନ୍ରେ ରହିଛି ସୁଦୃଢ଼ ଡିସପ୍ଲେ । ୬.୪୩ ଏମୋଲେଡ୍ ଡିସପ୍ଲେ ଏହାର ବିଶେଷ ଗୁଣ । ସେହିପରି ଫୋନର ପଛଭାଗରେ ୫୦ ମେଗାପିକ୍ସଲର ସୋନି ଆଇଏମଏକ୍ସ୭୬୬ ପ୍ରାଇମେରି କ୍ୟାମେରା ଥିବାବେଳେ ସେଲଫି କ୍ୟାମେରା ୩୨ ମୋଗାପିକ୍ସଲ୍ ବିଶିଷ୍ଟ । ଏହି ଫୋର ମୂଲ୍ୟ ୩୦ରୁ ୩୫ ହଜାର ରହିଥିବା ସୂଚନା ମିଳିଛି । ଅନୁରୂପ ଭାବେ ୨୩ ତାରିଖରେ ପୋକୋ ଏଫ୩ ଜିଟି ଫୋନ୍ ବଜାରକୁ ଛାଡ଼ିବ । ଏହା ୧୨୦ ହର୍ଜ ଡିସପ୍ଲେ ବିଶିଷ୍ଟ ହୋଇଥିବାବେଳେ ଟ୍ରିପଲ୍ କ୍ୟାମେରା ସପୋର୍ଟରେ ୬୪ ମେଗାପିକ୍ସଲର ପ୍ରାଇମେରୀ ସ୍ନାପ୍ ନିଆଯାଇପାରିବ ।

ଏହି ଫୋନର ମୂଲ୍ୟ ୩୦ ହଜାର ରହିଥିବା ଜଣାପଡ଼ିଛି । ଖାଲି ସେତିକି ନୁହେଁ, ଅନ୍ୟତମ ଲୋକପ୍ରିୟ ସ୍ମାର୍ଟଫୋନ୍ କମ୍ପାନି ସାଓମି ଏହାର ରେଡମି ନୋଟ୍-୧୦ଟି ୫ଜି ସ୍ମାର୍ଟଫୋନ୍ ଲଞ୍ଚ୍ କରିବାକୁ ଯାଉଛି । ଏହା ୨୦ ତାରିଖରେ ଲଞ୍ଚ ହେବାକୁ ଥିବାବେଳେ ସମ୍ଭାବ୍ୟ ଦର ରହିଛି ୧୪, ୯୯୯ ଟଙ୍କା । ୬.୫ ଇଞ୍ଚ୍ ଏଫଏଚଡି ଡଟ୍ ଡିସପ୍ଲେ ଓ ୯୦ ହର୍ଜ ରିଫ୍ରେଶ୍ ରେଟ୍ ବିଶିଷ୍ଟ ଏହି ସ୍ମାର୍ଟଫୋନ୍ ୧୧୦୦ ନିଟ୍ସ ବ୍ରାଇଟନେସ୍ ଦେବ ଏବଂ ପଛ କ୍ୟାମେରା ୪୮ ମେଗାପିକ୍ସଲ୍ ବିଶିଷ୍ଟ । ଠିକ୍ ସେହିପରି ସାମସଙ୍ଗ ପକ୍ଷରୁ ୨୧ ତାରିଖ ରେ ଗାଲାକ୍ସି ଏମ୍-୨୧ ଲଞ୍ଚ୍ ହେବାକୁ ଯାଉଛି । ୬.୪ ଇଞ୍ଚ୍ ଫୁଲ୍ ଏଚଡି ପ୍ଲସ୍ ସୁପର୍ ଏମୋଲେଡ୍ ଇନଫିନିଟି-ୟୁ ଡିସପ୍ଲେ ରହିଥିବା ଏହି ସ୍ମାର୍ଟଫୋନ୍ ୬୦୦୦ ଏମଏଏଚ୍ ବ୍ୟାଟେରି ବ୍ୟାକଅପ୍ ଦେବ । ପଛ କ୍ୟାମେରା ୪୮ ମେଗାପିକ୍ସଲ୍ ବିଶିଷ୍ଟ ହୋଇଥିବାବେଳେ ଆନୁମାନିକ ମୂଲ୍ୟ ୨୫ ହଜାର ଟଙ୍କା ରହିଥିବା ଜଣାପଡ଼ିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *