ଦ୍ୱିତୀୟ ଡୋଜ୍‌ର ୬ ମାସ ପରେ ‘ବୁଷ୍ଟର ଡୋଜ୍‌’ର ରହିଛି ଆବଶ୍ୟକତା : ବିଶେଷଜ୍ଞ

ଭୁବନେଶ୍ୱର: ସାଧାରଣତଃ ଲୋକମାନେ ଭାବୁଛନ୍ତି କରୋନା ଟିକା ନେଇଛୁ, ଆଉ ଭୂତାଣୁ ସଂକ୍ରମଣ କରିପାରିବ ନାହିଁ । ଏହି ଭାବନା ନେଇ ଲୋକମାନେ କରୋନା ନିୟମକୁ ଫୁ’ କରି ଉଡ଼ାଇ ଦେଉଛନ୍ତି । ଯାହାଫଳରେ ବହୁ ଲୋକ ପୁନଃ ସଂକ୍ରମଣ ହେଉଛନ୍ତି । ଏପରି ସମୟରେ ପୁନଃ ସଂକ୍ରମଣରୁ ବର୍ତ୍ତିବା ଲାଗି ‘ବୁଷ୍ଟର ଡୋଜ୍‌’ର ଆବଶ୍ୟକତା ରହିଛି ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତି କରିଛନ୍ତି । ତେବେ ଭାରତ ସରକାର ଏପର୍ଯ୍ୟନ୍ତ ‘ବୁଷ୍ଟରଡୋଜ୍ ‘ ପ୍ରଦାନ ଲାଗି ଅନୁମତି ଦେଇନାହାନ୍ତି । ହେଲେ ବିଦେଶରେ ‘ବୁଷ୍ଟର ଡୋଜ୍‌’ ଦେବା ଆରମ୍ଭ ହେଲାଣି । ଏପରି କ୍ଷେତ୍ରରେ ଜନସାଧାରଣଙ୍କ ମନରେ ପ୍ରଶ୍ନ ଉଠିବା ସହିତ ଚାରିଆଡ଼େ ଚର୍ଚ୍ଚା ଚାଲିଛି ଏ ‘ବୁଷ୍ଟର ଡୋଜ୍‌’ କ’ଣ ଓ ଏହାର ପୁଣି ଆବଶ୍ୟକତା କ’ଣ ପାଇଁ ରହିଛି । ଏହି ପ୍ରସଙ୍ଗରେ ସମ୍ ହସ୍ପିଟାଲର କମ୍ୟୁନିଟି ମେଡିସିନ୍ ବିଭାଗ ପ୍ରଫେସର ଡାକ୍ତର ଇ ଭେଙ୍କଟ ରାଓ କହିଛନ୍ତି ଯେ ବର୍ତ୍ତମାନ ଲୋକମାନେ ଯେଉଁ ଟିକା ନେଇଛନ୍ତି, ସେହି ଟିକାକୁ ହିଁ ତୃତୀୟ ଥର ପାଇଁ ‘ବୁଷ୍ଟର ଡୋଜ୍‌’ ଭାବେ ପ୍ରଦାନ କରାଯିବ ।

‘ବୁଷ୍ଟର ଡୋଜ୍‌’ ବୋଲି ସେପରି କୌଣସି ନୂଆ ଟିକା ଆସିନାହିଁ । ପୂର୍ବରୁ ଯେଉଁ ସବୁ କମ୍ପୋଜିସନ୍ ଓ କମ୍ପୋନେଣ୍ଟ୍ ନେଇ ଜନସାଧାରଣ ଟିକା ନେଉଛନ୍ତି । ଯଦି କେନ୍ଦ୍ର ସରକାର ଅନୁମତି ପ୍ରଦାନ କରନ୍ତି, ସେହି ଟିକାକୁ ହିଁ ପୁଣି ପରବର୍ତ୍ତୀ ସମୟରେ ‘ବୁଷ୍ଟର ଡୋଜ୍‌’ ଭାବେ ପ୍ରଦାନ କରାଯିବ । ଲୋକମାନେ ବର୍ତ୍ତମାନ ନେଇଥିବା ଟିକାର କୌଣସି ଆକଳନ କରାଯାଇନାହିଁ । ତଥାପି ପ୍ରାୟ ୧ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାଳ ରହିଛି । ଅନ୍ୟାନ୍ୟ ଦେଶରେ ପ୍ରଥମ ଡୋଜ୍‌ର ୫ ମାସ ପରେ ‘ବୁଷ୍ଟର ଡୋଜ୍‌’ ଦେବାକୁ ଅନୁମତି ମିଳିଛି । ହେଲେ ଭାରତରେ ଦ୍ୱିତୀୟ ଡୋଜ୍‌ର ୬ ମାସ ପରେ ‘ବୁଷ୍ଟର ଡୋଜ୍‌’ର ଆବଶ୍ୟକତା ରହିଛି ବୋଲି ସେ ମତବ୍ୟକ୍ତ କରିଛନ୍ତି । ଏହି ପରିପ୍ରେକ୍ଷରେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି ଯେ, ରାଜ୍ୟରେ କରୋନା କମିଛି । ଓଡ଼ିଶା ଏବେ ଭଲ ସ୍ଥିତିରେ ରହିଛି । ବୁଷ୍ଟର ଡୋଜ୍‌କୁ ନେଇ ଭିନ୍ନଭିନ୍ନ ମତ ଆସିଛି । ଏପରିକି କେହି କେହି କହୁଛନ୍ତି ଯେ, ଏହା ତୃତୀୟ ଡୋଜ୍ । ୬ ମାସ ପରେ ଏହି ଡୋଜ୍ ନେବାକୁ ପଡ଼ିଥାଏ । ତେବେ ଏହା କାହା ଲାଗି ଦରକାର ପଡୁଛି ସେଦିଗରେ ନ୍ୟାସନାଲ ଟାସ୍କ ଫୋର୍ସ ଚିନ୍ତା କରୁଛି । କେନ୍ଦ୍ର ଯାହା ନିଷ୍ପତ୍ତି ନେବ ଓ ବିଭିନ୍ନ ରାଜ୍ୟରେ ଗାଇଡଲାଇନ୍ ଦେବ ସେଦିଗରେ ରାଜ୍ୟ ଆଗକୁ ବଢ଼ିବ ବୋଲିଡାକ୍ତର ବିଜୟ ମହାପାତ୍ର କହିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *