ଶାଳୀକୁ ନେଇ ପଳାଇବାର ୬ ମାସ ପରେ ମନେପଡିଲା ପତ୍ନୀ କଥା, ଶେଷରେ….

ଅହମଦାବାଦ: ଆଜିକାଲିର ପ୍ରେମ ଘଣ୍ଟାର କଣ୍ଟା ପରିି ବଦଳିବାରେ ଲାଗିଛି । ଏଥିରେ କିଏ ବରବାଦ୍ ହେଉଛି ତ ଆଉ କିଏ କାହାର ଜୀବନ ନେବାକୁ ପଛଉ ନାହିଁ । ସେହିପରି ଗୁଜୁରାଟର ଅହମଦାବାଦଠାରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ବ୍ୟକ୍ତି ନିଜ ପତ୍ନୀ ସହିତ ମିଶି ଶାଳୀକୁ ଅତି ନିର୍ମମ ଭାବେ ହତ୍ୟା କରିଛି । କ୍ରାଇମବ୍ରାଞ୍ଚ ଟିମ ଉଭୟ ସ୍ୱାମୀ-ସ୍ତ୍ରୀକୁ ଗିରଫ କରିବା ସହ ପଚରାଉଚରା ଜାରି ରଖିଛି । ସୂଚନା ଅନୁଯାୟୀ, ଅଭିଯୁକ୍ତ ହିତେନ୍ଦ୍ର ପଟେଲ ନିଜ ପତ୍ନୀ ପୁନିତା ସହିତ ମିଶି ଏକ ଭୟଙ୍କର ହତ୍ୟା କରିଛି । ଦୁହେଁ ପ୍ରଥମେ ପୀଡିତାଙ୍କୁ ବେହୋସ କରିବା ପରେ ମୁହଁରେ ମଶାମରା ଔଷଧ ପୂରାଇଦେଇଥିଲେ । ପରେ ପୀଡିତାଙ୍କୁ ଏକ ଦଉଡିରେ ବାନ୍ଧି ନର୍ମଦା ନଦୀକୁ ଫିଙ୍ଗିଦେଇଥିଲେ । ଗତ ୯ ମାସ ଧରି ପୋଲିସ ଏହି ମାମଲାର ଛାନଭିନ୍ କରୁଥିଲା ।

୨୦୨୧ରେ ପୀଡିତା କୋମଲଙ୍କ ମରଶରୀର ନର୍ମଦା ନଦୀର କୂଳରୁ ଉଦ୍ଧାର କରାଯାଇଥିଲା । ଯାଞ୍ଚ ପରେ ଘଟଣାର ଖୁଲାସା ହୋଇଥିଲା । ତେବେ ପଚରାଉଚରା ପରେ ଜଣାପଡିଥିଲା ଯେ, ୨୦୧୯ରେ ହିତେନ୍ଦ୍ର ନିଜ ପତ୍ନୀକୁ ଛାଡ଼ି ନିଜ ଶାଳୀ ସହିତ ଘରୁ ପଳାଇଯାଇଥିଲା । ୬ ମାସ ପରେ ଘରକୁ ଫେରିବା ପରେ ପୁଣି ପତ୍ନୀଙ୍କୁ ବୁଝାଇ ଶୁଝାଇ ମନାଇଥିଲା । ଏହି ସମୟରେ ହିତେନ୍ଦ୍ର ନିଜ ଶାଳୀ ଓ ପତ୍ନୀ ଉଭୟଙ୍କ ସହିତ ସମ୍ପର୍କ ରଖୁଥିଲା । ପରେ ସେ ୨ ଟି ଘର ନେବ ବୋଲି ନିଜ ପତ୍ନୀଙ୍କ ପ୍ରତିଶ୍ରୁତି ଦେଇଥିଲା, ଯେଉଁଥିରେ ଦୁହେଁ ଅଲଗା ଅଲଗା ରହିବେ । କିନ୍ତୁ କୋମଲଙ୍କ ସହିତ ଅଭିଯୁକ୍ତର ସମ୍ପର୍କ ବେଶି ଦିନ ରହିନଥିଲା । ଏପରି ପରିସ୍ଥିତିରେ ସେ କୋମଲକୁ ମାରିଦେବାକୁ ଯୋଜନା କରିଥିଲା, ଯେଉଁଥିରେ ସେ ନିଜ ପତ୍ନୀର ସହଯୋଗ ଲୋଡିଥିଲା । ଦୁହେଁ କୋମଲକୁ ମାରି ନର୍ମଦା ନଦୀରେ ଫିଙ୍ଗିଦେଇଥିଲେ । ପରେ ଘଟଣାର ଛାନ୍‌ଭିନ୍ ଆରମ୍ଭ କରିଥିଲା ପୋଲିସ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *