ମଙ୍ଗଳବାର ଶିବ ବିବାହ, କଟକଣାରେ ବିବାହ କରିବେ ଦେବଦମ୍ପତି

ଭଦ୍ରକ: ଆସନ୍ତାକାଲି  ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଅନୁଷ୍ଠିତ ହେବ ଦେବଦମ୍ପତିଙ୍କ ବିବାହ ଉତ୍ସବ। ଚଳିତବର୍ଷ କୋଭିଡ କଟକଣା ଅନୁଯାୟୀ ସୀମିତ ସେବାୟତଙ୍କ ମଧ୍ୟରେ ଅନୁଷ୍ଠିତ ହେବ ବୈଦିକ ରୀତିନୀତି ଓ ଲୋକାଚାରରେ ବିବାହ କାର୍ଯ୍ୟ  । ଏଥିପାଇଁ ମନ୍ଦିରରେ ଚାଲିଛି ସ୍ୱତନ୍ତ୍ର ନୀତିକାନ୍ତି  । ସେପଟେ ଆଜି ମଙ୍ଗଳପାଗ ନୀତି ନିମନ୍ତେ ବରପିତା ଓ କଣ୍ଟାପିତା ମଣିବାବାଙ୍କ ଚଳନ୍ତି ପ୍ରତିମା ହର ଓ ଗୌରୀଙ୍କୁ ପୃଥକ ପୃଥକ ଭାବେ ଏକ ପାଲିଙ୍କିରେ ନିଜ ଘରକୁ ନେଇ ଲୋକାଚାରରେ ୭ଜଣ ମହିଳା ହଳଦୀ, ଆଦିରେ ମଙ୍ଗୁଳା କାର୍ଯ୍ୟ ସମ୍ପନ୍ନ କରିଛନ୍ତି ।

ଏପଟେ ମନ୍ଦିରରେ ମଣିବାବାଙ୍କର ମଙ୍ଗଳ ଆଳତୀ, ଘର୍ଷଣଲାଗି ନୀତି ସରିବା ପରେ ହଳଦୀ, ଗନ୍ଧମଳା ଓ ସୁବାଷିତ ଜଳରେ ମଙ୍ଗୁଳା କାର୍ଯ୍ୟ ସେବାୟତମାନେ କରିବାର ବିଧି ରହିଛି। ବିବାହ ନିମନ୍ତେ ଲଗ୍ନଚିଟାଉ ଥାଳ ଉଠା କାର୍ଯ୍ୟ ବରପିତା ଓ କଣ୍ଟାପିତା ପକ୍ଷରୁ ସମ୍ପନ୍ନ ହୋଇଛି। ତାହାସହ ପୀଠରେ ଥିବା ସମସ୍ତ ଦେବାଦେବୀଙ୍କୁ ନିମନ୍ତ୍ରଣ ନିମନ୍ତେ ମଙ୍ଗୁଳା ଗୁଆ ଓ ନିମନ୍ତ୍ରଣପତ୍ର ପ୍ରଦାନ କରାଯାଇଛି।

ହେଲେ ମହାମାରୀ କରୋନାର ଭୟଭୟତାକୁ ନେଇ ପୂର୍ବବର୍ଷ ଭଳି ଚଳିତବର୍ଷ ବରାନୁଗମନ ଶୋଭାଯାତ୍ରାରେ ବାଜିବନି ବାଜା କି ଜଳିବନି ରୋଷଣୀ। ଏଥିପାଇଁ ଉଭୟ ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏପରିକି ବରଯାତ୍ରୀ ଓ ଖାଦ୍ୟ ଉପରେ କଟକଣା ଜାରୀ କରିଛି ଜିଲା ପ୍ରଶାସନ। ବିବାହ ଉତ୍ସବରେ ସାମିଲି ହେବାକୁ ଥିବା ସେବାୟତ ଓ ସେବାକାରୀଙ୍କର ୪୮ ଘଣ୍ଟା ପୂର୍ବରୁ କରୋନା ଟେଷ୍ଟ କରାଯିବ ବୋଲି ଉପଜିଲାପାଳ ପ୍ରକାଶ କରିଛନ୍ତି।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *