ଇଣ୍ଡୋନେସିଆ ଓପନ୍ କ୍ୱାର୍ଟର୍‌ରେ ସିନ୍ଧୁ

ବାଲି: ଭାରତର ଶୀର୍ଷ ମହିଳା ଶଟ୍‌ଲର୍ ପିଭି ସିନ୍ଧୁ ଜର୍ମାନୀର ୟୁଭୋନେ ଲି’ଙ୍କ ବିପକ୍ଷରେ ସହଜ ହାସଲ କରି ଗୁରୁବାର ଇଣ୍ଡୋନେସିଆ ଓପନ୍ ସୁପର୍ ୧୦୦୦ ଇଭେଣ୍ଟ୍‌ର ମହିଳା ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି । ଦ୍ୱିତୀୟ ରାଉଣ୍ଡ୍ ମ୍ୟାଚ୍‌ରେ ବିଶ୍ୱ ଚାମ୍ପିଅନ୍ ତଥା ୩ୟ ସିଡ୍ ସିନ୍ଧୁ ବିଶ୍ୱର ୨୬ ନମ୍ବର ଖେଳାଳି ଲି’ଙ୍କୁ ମାତ୍ର ୩୭ ମିନିଟ୍ ମଧ୍ୟରେ ୨୧-୧୨, ୨୧-୧୮ରେ ହରାଇ ଦେଇଛନ୍ତି । ପ୍ରଥମ ଥର ପାଇଁ ବିଶ୍ୱର ୭ ନମ୍ବର ଖେଳାଳି ସିନ୍ଧୁ ଏହି ଜର୍ମାନୀ ପ୍ରତିପକ୍ଷଙ୍କ ବିପକ୍ଷ ମ୍ୟାଚ୍ ପ୍ରଥମରୁ ହିଁ ନିଜ ନିୟନ୍ତ୍ରଣରେ ରଖିଥିଲେ । ଦୁଇ ଥରର ଅଲିମ୍ପିକ୍ ମେଡାଲିଷ୍ଟ ପ୍ରଥମ ଗେମ୍‌ରେ ଏତେ ପ୍ରଭାବଶାଳୀ ପ୍ରଦର୍ଶନ କରିଥିଲେ ଯେ ଏକଦା ଲଗାତାର ୭ ପଏଣ୍ଟ ଜିତିଥିଲେ । ଦ୍ୱିତୀୟ ଗେମ୍‌ରେ ଲି’ ଯଦିଓ ଉନ୍ନତ ପ୍ରତ୍ୟାବର୍ତ୍ତନ କରିଥିଲେ, ତେବେ ସିନ୍ଧୁ ତାଙ୍କୁ କୌଣସି ସୁଯୋଗ ଦେଇନଥିଲେ । କ୍ୱାର୍ଟର୍ ଫାଇନାଲ୍‌ରେ ସିନ୍ଧୁ ସ୍ପେନ୍‌ର ବିଏଟ୍ରିଜ୍ କୋରାଲେସ୍ ଓ କୋରିଆର ସିମ୍ ୟୁଜିନ୍‌ଙ୍କ ଦ୍ୱିତୀୟ ରାଉଣ୍ଡ୍ ମ୍ୟାଚ୍‌ର ବିଜେତାଙ୍କୁ ଭେଟିବେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *