ଅଜବ ହେୟାର ଷ୍ଟାଇଲ୍ : ଚର୍ଚ୍ଚାରେ ଶିଳ୍ପା ସେଟ୍ଟୀ

ମୁମ୍ବାଇ: ଆପଣ ଅନେକ ହେୟାର ଷ୍ଟାଇଲ୍ ଦେଖିଥିବେ । ହେଲେ ଦେଖି ନଥିବେ ଶିଳ୍ପା ସେଟ୍ଟୀଙ୍କ ଏହି ହେୟାର ଷ୍ଟାଇଲ୍ । ସୋସିଆଲ ମିଡ଼ିଆରେ ଶିଳ୍ପା ନିଜର ହେୟାର ଷ୍ଟାଇଲ୍ ଭିଡିଓ ପୋଷ୍ଟ କରି କ୍ୟାପ୍ସନରେ ଅଣ୍ଡରକଟ ବଜ କଟ ଲେଖିଛନ୍ତି । ଏହାକୁ ଦେଖିବା ପରେ ଫ୍ୟାନ୍ସମାନେ ଦେଇଛନ୍ତି ଏମିତି କିଛି କମେଣ୍ଟ । ଯାହାକୁ ଦେଖି ଶିଳ୍ପାଙ୍କ ମୁଣ୍ଡ ଚକ୍କର କାଟୁଛି । ସୋସିଆଲ ମିଡିଆରେ ଏହି ଭିଡ଼ିଓଟି ଖୁବ ଚର୍ଚ୍ଚାର ଧରିଛି । ଜୀବନ ସହ ଜଡ଼ିତ ଅପଡେଟ୍ସକୁ ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ ଛାଡିଛନ୍ତି ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ । ଗତ ସୋମବାର ଶିଳ୍ପା ନିଜ ଇନଷ୍ଟ୍ରାଗ୍ରାମ ପେଜରେ ଏହି ଭିଡିଓଟିକୁ ସେୟାର କରିଥିଲେ । ଯେଉଁଥିରେ ଶିଳ୍ପା ଜବରଦସ୍ତ ୱାର୍କ ଆଉଟ କରୁଥିବା ଦେଖା ଯାଇଛନ୍ତି । ଏହା ସହ ଭିଡିଓରେ ଶିଳ୍ପା ନିଜ କେଶକୁ ବାନ୍ଧୁଥିବା ବେଳେ ଅଣ୍ଡରକଟ ବଜ କଟ ହେୟାର ଷ୍ଟାଇଲରେ ଦେଖିବାକୁ ମିଳୁଛନ୍ତି । ଭିଡିଓ ଦେଖି ଲୋକମାନଙ୍କୁ ଲାଗୁଛି କି ଶିଳ୍ପାଙ୍କ ତିରୁପତି ଯାଇ ଚୁଟି ଦାନ କରି ଆସିଛନ୍ତି । ପ୍ରଥମ ସେଟ ମଧ୍ୟରେ ୩୦ ସେକେଣ୍ଡର ବ୍ରେକ ନେବାକୁ ହୋଇଥାଏ । ପାର୍ଥକ୍ୟ ଦେଖିବା ଲାଗି ଏହାକୁ ଲଗାତାର କରିବାକୁ ପଡ଼ିବ । କୁହାଯାଏ ପରିଶ୍ରମ କଲେ ହିଁ ସଫଳତା ମିଳିଥାଏ । ଶିଳ୍ପା ସେଟ୍ଟୀ ଫିଟନେଶ ଫ୍ରିକ ଅଟନ୍ତି । ସାଧାରଣରେ ନିଜର ୱାର୍କଆଉଟ ଭିଡ଼ିଓ ସେୟାର କରି ସେ ଲୋକଙ୍କୁ ଏହା କରିବା ଲାଗି ପ୍ରେରଣା ଦେଇଛନ୍ତି । ଶିଳ୍ପାଙ୍କ ନୂଆ ହେୟାର ଷ୍ଟାଇଲକୁ କେତେକ ପସନ୍ଦ କରୁଥିବା ବେଳେ ଆଉ କେତେକ ସୋସିଆଲ ମିଡିଆ ୟୁଜର୍ସ ଏହାକୁ ନକଲି ବୋଲି କହୁଛନ୍ତି । ତେବେ ନୂଆ ଭିଡିଓ ସେୟାର କରି ଶିଳ୍ପା ସମସ୍ତ ଟ୍ରୋଲର୍ସଙ୍କ ମୁହଁ ବନ୍ଦ କରି ଦେଇଛନ୍ତି । ଶିଳ୍ପା ଇନଷ୍ଟାଗ୍ରାମରେ ସେୟାର କରିଥିବା ଭିଡିଓରେ ହେୟାର କଟ୍ କରୁଥିବା ନଜର ଆସିଛନ୍ତି । ଭିଡିଓରେ ସ୍ପଷ୍ଟ ଦେଖାଯାଉଛି ଶିଳ୍ପା ନିଜ ମୁଣ୍ଡର ପଛପଟ କେଶକୁ ଟ୍ରିମ୍ କରିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *