ଆତଙ୍କବାଦୀଙ୍କୁ ଖୋଜିଖୋଜି ସଫା କରିବାକୁ ଜମ୍ମୁ-କଶ୍ମୀରରେ ଗଠନ ହେଲା ‘ଏସଆଇଏ’

ଶ୍ରୀନଗର: ଆତଙ୍କବାଦ ସହ ଜଡିତ ମାମଲାଗୁଡ଼ିକର ପ୍ରଭାବଶାଳୀ ତଦନ୍ତ ପାଇଁ ଜମ୍ମୁ-କଶ୍ମୀର ସରକାର ଏକ ନୂତନ ଅନୁସନ୍ଧାନକାରୀ ସଂସ୍ଥା, ରାଜ୍ୟ ଅନୁସନ୍ଧାନ ଏଜେନ୍ସି ‘ଏସଆଇଏ’ ଗଠନ କରିଛନ୍ତି । ଏହି ଅନୁସନ୍ଧାନ ଏଜେନ୍ସି ବିଷୟରେ ସରକାର କହିଛନ୍ତି ଯେ ନ୍ୟାସନାଲ ଇନଭେସ୍ଟିଗେସନ ଏଜେନ୍ସି(ଏନଆଇଏ) ସମେତ ଅନ୍ୟାନ୍ୟ କେନ୍ଦ୍ରୀୟ ଏଜେନ୍ସି ସହ ସମନ୍ୱୟ ରକ୍ଷା କରିବାକୁ ଏସଆଇଏ ନୋଡାଲ ଏଜେନ୍ସି ହେବ । ଜମ୍ମୁ-କଶ୍ମୀର ପୋଲିସର ସିଆଇଡି ୱିଙ୍ଗର ମୁଖ୍ୟ ଏସଆଇଏର ନିର୍ଦ୍ଦେଶକ ହେବେ । ଏସଆଇଏ ସେହି ସବୁ ମାମଲାକୁ ତଦନ୍ତ କରିବ, ଯାହା ତଦନ୍ତ ପାଇଁ ଏନ୍‌ଆଇଏକୁ ପଠାଯାଇ ନାହିଁ ।

ପୋଲିସ ମହାନିର୍ଦ୍ଦେଶକ ଯେକୌଣସି ଅନୁସନ୍ଧାନ ସମୟରେ ମାମଲାକୁ ଏସଆଇଏକୁ ପଠାଇପାରିବେ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଜମ୍ମୁ-କଶ୍ମୀର ଗସ୍ତର ପ୍ରାୟ ୧୦ ଦିନ ପରେ ଏହି ନୂତନ ଏଜେନ୍ସି ବାବଦରେ ଘୋଷଣା କରାଯାଇଛି । ଆତଙ୍କବାଦ ସମ୍ବନ୍ଧୀୟ କୌଣସି ମାମଲା ପଞ୍ଜୀକୃତ ହେବା ପରେ ଏବଂ ଅନୁସନ୍ଧାନ ସମୟରେ ଆତଙ୍କବାଦୀଙ୍କ ସମ୍ପୃକ୍ତି ନେଇ କିଛି ପ୍ରମାଣ ମିଳିବା ପରେ ତୁରନ୍ତ ପୋଲିସ ଷ୍ଟେସନ ଏସଆଇଏକୁ ଏବାବଦରେ ଜଣାଇବେ । ସମସ୍ତ ପ୍ରକାର ଆତଙ୍କବାଦୀ କାର୍ଯ୍ୟକଳାପ, ଆତଙ୍କବାଦୀଙ୍କୁ ଆର୍ôଥକ ସହାୟତା, ନକଲି ଟଙ୍କା, ଅପହରଣ ଓ ହତ୍ୟା ସହ ଜଡିତ ଏନଡିପିଏସ୍ ମାମଲା ଏବଂ ଭାରତ ସରକାରଙ୍କ ବିରୋଧରେ ମିଥ୍ୟା ପ୍ରଚାରର ଅନୁସନ୍ଧାନ କରିବାକୁ ଏହା ୍ୱିବିଶେଷ ଭାବରେ କାର୍ଯ୍ୟ କରିବ । ଏସଆଇଏରେ କାର୍ଯ୍ୟ କରୁଥିବା ପ୍ରତ୍ୟେକ ଅଧିକାରୀ ଏବଂ କର୍ମଚାରୀଙ୍କୁ ମୌଳିକ ବେତନ ଉପରେ ୨୫ ପ୍ରତିଶତ ଅଧିକ ରାଶି ବିଶେଷ ପ୍ରୋତ୍ସାହନ ଭାବେ ଦିଆଯିବ । ଜମ୍ମୁ-କଶ୍ମୀର ସରକାର ଏହି ପଦକ୍ଷେପ ଏଭଳି ଏକ ସମୟରେ ନେଇଛନ୍ତି ଯେଉଁ ସମୟରେ ରାଜ୍ୟରେ ଆତଙ୍କବାଦ କାର୍ଯ୍ୟକଳାପ ପୁଣି ବଢ଼ିବାରେ ଲାଗିଛି । କେବଳ ଅକ୍ଟୋବରରେ ଆତଙ୍କବାଦୀଙ୍କ କାର୍ଯ୍ୟକଳାପରେ ୪୧ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ୧୨ ଜଣ ସାଧାରଣ ନାଗରିକ, ୯ ଜଣ ଯବାନ ଏବଂ ୨୦ ଜଣ ଆତଙ୍କବାଦୀ ଅଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *