ଚିଙ୍ଗୁଡିଘେରି ମାଫିଆ ସାବଧାନ! ହାଇକୋର୍ଟ କହିଲେ, ମାମଲା କର

ଭୁବନେଶ୍ୱର : ଏଣିକି ବେଆଇନ ଚିଙ୍ଗୁଡ଼ିଘେରି କରିଥିବା ବ୍ୟକ୍ତି ସାବଧାନ! ହାଇକୋର୍ଟ କହିଛନ୍ତି, ଏଭଳି କରୁଥିବା ଲୋକଙ୍କ ବିରୋଧରେ ମାମଲା ରୁଜୁହେବ । ହାଇକୋର୍ଟ ବେଆଇନ ଚିଙ୍ଗୁଡ଼ି ଘେରି ମାମଲାରେ କେତେ ଘେରି ଉଚ୍ଛେଦ କରାଯାଇଛି ସେ ସମ୍ପର୍କରେ ତଥ୍ୟ ଦେବାକୁ ଆଦେଶ ଦେଇଛନ୍ତି । ମେ’ ୩୧ ତାରିଖ ଆଦେଶ ଆଧାରରେ ଆମିକସକ୍ୟୁରୀ ମୋହିତ ଅଗ୍ରୱାଲ ଅଦାଲତରେ ଏକ ରିପୋର୍ଟ ଦାଖଲ କରଛନ୍ତି । ଏହି ମାମଲାରେ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ପକ୍ଷରୁ ହାଇକୋର୍ଟରେ ମଧ୍ୟ ସତ୍ୟପାଠ ଦାଖଲ କରାଯାଇଛି । ଏଥିରେ କୁହାଯାଇଛି ଯେ ଗତ ୧୯ ତାରିଖରେ ଆଡ୍‌ଭୋକେଟ୍‌ ଜେନେରାଲ ଙ୍କ ଅଧ୍ୟକ୍ଷତାରେ ଭର୍ଚୁୁଆଲରେ ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ପ୍ରଶାସନ ପକ୍ଷରୁ ବେଆଇନ ଭାବେ ଚିଙ୍ଗୁଡିଘେରି କରିଥିବା ଲୋକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କନିକା, ମହାକାଳପଡ଼ା, ରାଜନଗର ତହସିଲଦାରମାନେ ୫ଟି ଏଫଆଇଆର ରୁଜୁ କରିଥିବାବେଳେ ରାଜନଗର, ତାଳଚୁଆଁ, ଜମ୍ବୁ, ତନ୍ତିଆପାଳ, ରାଜକନିକା ଥାନା ଅଧୀନରେ ୪୩୦ ଜଣ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ଏଫଆଇଆ?ର୍ ରୁଜୁ ହୋଇଛି । ରାଜନଗର ଡିଏଫଓଙ୍କ ଅଧୀନରେ ଥିବା ଗୁପ୍ତି ଫରେଷ୍ଟର ପକ୍ଷରୁ ଜାଲ ଜବତ କରାଯାଇଛି । କେନ୍ଦ୍ରାପଡ଼ା ଏସପିଙ୍କୁ କନିକା, ରାଜନଗର, ମହାକାଳପଡ଼ା ଆଦି ଅଞ୍ଚଳରେ ୧ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ କରିବାକୁ କୁହାଯାଇଛି ।

ତେବେ ଆମିକସ୍‌କ୍ୟୁରୀଙ୍କ ପକ୍ଷରୁ କୁହାଯାଇଥିଲା ଯେ କେନ୍ଦ୍ରାପଡ଼ା ଜିଲ୍ଲାରେ ୩୮.୨୦୫ ଏକର ଜମିରେ ବେଆଇନ ଘେରି ରହିଛି । ହାଇକୋର୍ଟଙ୍କ ଗତ ମାର୍ଚ୍ଚ ୧୦ ତାରିଖ ଆଦେଶ ଅନୁସାରେ ଗତ ମାର୍ଚ୍ଚ ୧୫ ତାରିଖରେ ଟାସ୍କଫୋର୍ସ କମିଟି ଗଠିତ ହୋଇଛି । ଟାସ୍କଫୋର୍ସ ବୈଠକ ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମଗିରିରେ ୮୦୩.୭୦ ଏକର ବେଆଇନ ଘେରି ଉଚ୍ଛେଦ କରାଯାଇଥିବାବେଳେ କୃଷ୍ଣପ୍ରସାଦ ଅଞ୍ଚଳରେ ୨୨୨୨.୨୧ ଜମିକୁ ମୁକ୍ତ କରାଯାଇ ୧୧୨୩. ଏକର ଘେରି ଉଚ୍ଛେଦ କରାଯାଇଥିବା ଦର୍ଶାଯାଇଛି । ସେହିପରି କୃଷ୍ଣପ୍ରସାଦ ଅଞ୍ଚଳରେ ଜୁନ୍ ୨୦ ଓ ୨୧ ତାରିଖରେ ୬ଟି ମାମଲା ରୁଜୁ ହୋଇଛି । ବ୍ରହ୍ମଗିରିରେ ଗତ ୨୧ ତାରିଖରେ ୨ମାମଲା ରୁଜୁ ହୋଇଛି । ହାଇକୋର୍ଟ ପୂର୍ବରୁ ଘେରି ଉଚ୍ଛେଦ ନିମନ୍ତେ କ’ଣ ପଦକ୍ଷେପ ନିଆଯାଇଛି ଓ କେତେ ଚିଙ୍ଗୁଡ଼ିଘେରି ଉଚ୍ଛେଦ କରାଯାଇଛି ସେ ସମ୍ପର୍କରେ କେନ୍ଦ୍ରାପଡ଼ା, ଖୋର୍ଦ୍ଧା ଓ ପୁରୀ, ଗଞ୍ଜାମ ଜିଲ୍ଲାପାଳଙ୍କୁ ବ୍ୟକ୍ତିଗତ ଭାବେ ହାଜର ହୋଇ ସତ୍ୟପାଠ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।

ଅଦାଲତ ଚିଙ୍ଗୁଡ଼ିଘେରି ଉଚ୍ଛେଦ, ନିଆଯାଇଥିବା ପଦକ୍ଷେପ ଓ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ଏକ ଷ୍ଟାଟସ୍‌ ରିପୋର୍ଟ ଦାଖଲ କରିବାକୁ କହିଥିଲେ । ଏଥିସହିତ ବେଆଇନ ଚିଙ୍ଗୁଡ଼ିଘେରି ସମ୍ପର୍କରେ କ’ଣ ପାଇଁ ଅପରାଧ ମାମଲା ରୁଜୁ ହୋଇନାହିିଁ ସେ ସମ୍ପର୍କରେ ଅବଗତ କରାଇବାକୁ ହାଇକୋର୍ଟ ଉପରୋକ୍ତ ସମସ୍ତ ଜିଲ୍ଲାପାଳମାନଙ୍କୁ ଆଦେଶ ଦେଇଥିଲେ । ଚିଲିକାର ସୁରକ୍ଷା ଓ ଭିତରକନିକା ଅଭୟାରଣ୍ୟ ସୁରକ୍ଷା ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ହାଇକୋର୍ଟର ରେଜିଷ୍ଟ୍ରା (ଜୁଡିସିଆଲ) ଏ ସମ୍ପର୍କରେ ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ସଚିବ, ମତ୍ସ୍ୟ ବିଭାଗ ସଚିବ ପ୍ରମୁଖଙ୍କୁ ପକ୍ଷଭୁକ୍ତ କରି ନିଜଆଡୁ ମାମଲା ରୁଜୁ କରିଥିଲେ । ଏହିମର୍ମରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ସତ୍ୟପାଠ ଦାଖଲ କରି ଚିଲିକା ଘେରି ଉଚ୍ଛେଦ ଓ ଚିଲିକା ଉନ୍ନୟନ ନିମନ୍ତେ ବିଭିନ୍ନ ପ୍ରସ୍ତାବ ଦେଇଥିଲେ । ହାଇକୋର୍ଟଙ୍କୁ ଏହି ମାମଲାରେ ସହାୟତା କରିବା ପାଇଁ ଅଦାଲତ ଆଇନଜୀବୀ ମୋହିତ ଅଗ୍ରୱାଲଙ୍କୁ ଆମିକସ୍‌?କ୍ୟୁରୀ ଭାବେ ନିଯୁକ୍ତି ଦିଆଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *