ଶ୍ରୀ ମନ୍ଦିରରୁ କଢ଼ା ହେଉଛି ୮୦ ଫୁଟର ଲୁହା ଭାରା

ପୁରୀ : ପୁରୀ ବାତ୍ୟା ୟସକୁ ନେଇ ପୁରୀ ଶ୍ରୀମନ୍ଦିର ସ୍ଥିତି ଅନୁଧ୍ୟାନ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର, ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସହ ଏଏସଆଇ ସୁପରିଣ୍ଟେଣ୍ଡେଣ୍ଟ ଅରୁଣ ମଲ୍ଲିକ ଶ୍ରୀମନ୍ଦିରର ସ୍ଥିତି ଅନୁଧ୍ୟାନ କରିଛନ୍ତି । କୀର୍ତ୍ତନ ଚକଡା ଓ ଜଗମୋହନ ନିକଟରୁ ସ୍କାଫୋଲ୍ଡିଂ କଢାଯାଉଛି । ପ୍ରାୟ ୮୦ ଫୁଟର ଲଗାଯାଇଥିବା ଲୁହା ଭାରାକୁ କାଢିବା କାର୍ଯ୍ୟରେ ୩୨ଜଣ ଏଏସଆଇ କର୍ମଚାରୀ ନିୟୋଜିତ ଅଛନ୍ତି । ଶ୍ରୀମନ୍ଦିର ଓ ସେବାୟତଙ୍କ ସୁରକ୍ଷା ଦୃଷ୍ଟିରୁ ଆଜି ସନ୍ଧ୍ୟା ସୁଦ୍ଧା ସମସ୍ତ ଲୁହା ଭାରାକୁ ଖୋଲିବା ପାଇଁ ଏଏସଆଇକୁ ମୁଖ୍ୟ ପ୍ରଶାସକ ନିର୍ଦ୍ଦେଶ ଦେଇଛନ୍ତି ।

ପୂର୍ବରୁ ଫନି ବାତ୍ୟା ସମୟରେ ଏହି ଲୁହା ଭାରା ଭୁଷୁଡି ପଡିବା ଯୋଗୁଁ ମୁଖ୍ୟ ମନ୍ଦିରର ବ୍ୟାପକ କ୍ଷୟକ୍ଷତି ହୋଇଥିଲା ।ଏଥିରେ ଦକ୍ଷିଣ ଘର ନିକଟ ବଡଦେଉଳ ଉପରେ ଥିବା ସିଂହମୂର୍ତ୍ତି ବିଘ୍ନ ଘଟିଥିଲା । ସିଂହଦ୍ୱାର ନିକଟରେ ଥିବା ଜୟବିଜୟ ମୂର୍ତ୍ତି ମଧ୍ୟ ତଳକୁ ଖସିପଡି ଭାଙ୍ଗି ଯାଇଥିଲା । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତା ମୁଳକ ପଦକ୍ଷେପ ନିଆଯାଇଛି । ଏପଟେ ପରମ୍ପରା ଅନୁଯାୟୀ ଆଜି ରଥଖଳାରେ ରୂପକାର ସେବାୟତ ମାନେ ତିନିରଥର କୋଣ ଗୁଜ ଅନୁକୂଳ କରିଛନ୍ତି । ସେହିପରି ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ଭୋଇ ସେବାୟତ ମାନେ ଜନ୍ତାଗାଡ ଖୋଳିବା କାର୍ଯ୍ୟ ସାରିବା ପରେ ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ ରଥ ନିର୍ମାଣ କାର୍ଯ୍ୟ ବନ୍ଦ ରହିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *