ଜଗା ଦର୍ଶନରେ କଟକଣା, ମେ‘ ୧୫ ଯାଏ ଶ୍ରଦ୍ଧାଳୁଙ୍କୁ ଶ୍ରୀମନ୍ଦିର ମନା

ପୁରୀ: ପୁଣି ଭଗବାନ-ଭକ୍ତଙ୍କ ବନ୍ଧନରେ ବାଧକ ସାଜିଲା ଭୂତାଣୁ । ବଢ଼ୁଥିବା କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ମେ‘ ୧୫ ଯାଏ ଶ୍ରଦ୍ଧାଳୁଙ୍କ ଲାଗି ବନ୍ଦ ରହିବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂରେ ବସିଥିବା ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ବୈଠକରେ ବିଭିନ୍ନ ନିଯୋଗର ବରିଷ୍ଠ ସେବାୟତ, ଜିଲ୍ଲାପାଳ ସମର୍ଥ ବର୍ମା, ଏସପି କନୱର ବିଶାଳ ସିଂ ଏବଂ ମନ୍ଦିର କାର୍ଯ୍ୟାଳୟ ଅଧିକାରୀ ସାମିଲ୍ ଥିଲେ । କୋଭିଡ୍ ସମୟରେ ଉପୁଜିଥିବା ସମସ୍ୟା ନେଇ ବୈଠରେ ଆଲୋଚନା ହୋଇଥିଲା । ସଂକ୍ରମଣ ଭିତରେ ମହାପ୍ରଭୁଙ୍କ ସମସ୍ତ ପୁରାତନ ନୀତିକାନ୍ତି ଚାଲୁ ରଖିବା ନେଇ ସମସ୍ତେ ମତ ଦେଇଥିଲେ । ଏଥିସହ ଶ୍ରୀଜିଉଙ୍କ ଦୈନନ୍ଦିନ ସେବାରେ ନିୟୋଜିତ ସେବାୟତଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଥିଲା ।

ଚଳିତବର୍ଷ ମେ’ ୧୫ ତାରିଖ ଅକ୍ଷୟ ତୃତୀୟାରୁ ରଥକାର୍ଯ୍ୟ ଆରମ୍ଭ ହେବ । ମେ’ ୧୫ ଯାଏ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ । ସେବାୟତ ଏବଂ ମନ୍ଦିର କାର୍ଯ୍ୟାଳୟ ଅଧିକାରୀଙ୍କ ସହଯୋଗରେ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ଜାରି ରହିବ । ନିୟମିତ ଭାବେ ସେବାୟତ ଓ ସେବାୟତ ପରିବାର ସ୍କ୍ରିନିଂ ଓ ଟେଷ୍ଟିଂ କରାଯିବ । କେହି କୋଭିଡ୍ ସଂକ୍ରମିତ ହେଲେ ଚିକିତ୍ସା ସେବା ଯୋଗାଇ ଦିଆଯିବ । ନୀଳାଦ୍ରି ଭକ୍ତ ନିବାସରେ କୋଭିଡ୍ କେୟାର୍ ସେଣ୍ଟରକୁ କାର୍ଯ୍ୟକ୍ଷମ କରାଯାଇଥିବା ବେଳେ ଆବଶ୍ୟକତା ଅନୁସାରେ ବେଡ୍ ବୃଦ୍ଧି କରାଯିବ । କାହାରି ଅବସ୍ଥା ଗୁରୁତର ହେଲେ ଚିକିତ୍ସା ପାଇଁ ଭୁବନେଶ୍ୱର ନେବାକୁ ବ୍ୟବସ୍ଥା କରାଯାଇଛି । ଏଥିପାଇଁ ନୋଡାଲ୍ ଅଫିସର ଭାବେ ଉନ୍ନୟନ ପ୍ରଶାସକଙ୍କୁ ଦାୟିତ୍ୱ ଦିଆଯାଇଛି । ସମ୍ ସହ ଭୁବନେଶ୍ୱରର ଅନ୍ୟ ହସ୍ପିଟାଲରେ ଚିକିତ୍ସା ବ୍ୟବସ୍ଥା କରାଯିବ ।

ମାସ୍କ, ସାନିଟାଇଜର ବ୍ୟବହାର ସହ ସାମାଜିକ ଦୂରତା ରକ୍ଷା କରିବା ଲାଗି ସଚେତନତା ସୃଷ୍ଟି କରାଯିବ । ମହାପ୍ରଭୁଙ୍କ ଦୈନନ୍ଦିନ ସେବା-ପୂଜା କାର୍ଯ୍ୟରେ ନିୟୋଜିତ ସେବାୟତ ଏବଂ ରଥ ନିର୍ମାଣରେ ନିୟୋଜିତ ସେବକଙ୍କୁ ଟିକା ଦିଆଯିବ ଲାଗି ପ୍ରାଧାନ୍ୟ ଦିଆଯିବ । ପରମ୍ପରା ଅନୁସାରେ ରଥ ନିର୍ମାଣ କରାଯିବ । ଏଥିପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି । ଚନ୍ଦନ ଯାତ୍ରା, ସ୍ନାନ ଯାତ୍ରା ଏବଂ ରଥ ଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଆଗୁଆ ମାସ୍କ, ସାନିଟାଇଜର କିଣି ମହଜୁଦ୍ ରଖିବାକୁ ନିଷ୍ପତ୍ତି ହୋଇଛି । କରୋନାର ସଂକ୍ରମଣ ସ୍ଥିତିକୁ ଦେଖି ପରବର୍ତ୍ତୀ ନିଷ୍ପତ୍ତି ନେଇ ମେ’ ୫ ତାରିଖରେ ପୁଣି ରିଭ୍ୟୁ କରାଯିବ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *