ଏହି ରାଜ୍ୟରେ ଲାଗୁ ହେଲା : କରୋନା ଟିକା ପ୍ରମାଣପତ୍ର ଦେଖାଅ, ମଦ ନିଅ

ନୂଆଦିଲ୍ଲୀ: କରୋନା ଟିକା ପ୍ରମାଣପତ୍ର ଦେଖାଅ, ମଦ ନିଅ । କରୋନା ସଂକ୍ରମଣକୁ ଏବଂ ମଦର ଚାହିଦାକୁ ଆଖି ଆଗରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି ମଧ୍ୟପ୍ରଦେଶର ଖଣ୍ଡୱା ଜିଲ୍ଲାର ଅବକାରୀ ବିଭାଗ । ଦେଶରେ ଟିକାକରଣ ଶେଷ ପର୍ଯ୍ୟାୟ ଆଡ଼କୁ ଯାଉଥିବା ବେଳେ ଏବେ ବି କିଛି ଲୋକ ରହିଛନ୍ତି । ଯାହାକି କରୋନା ଟିକା ନେଇନାହାନ୍ତି । ଟିକା ନେଇନଥିବା ଲୋକମାନଙ୍କୁ ଟିକା ନେବାକୁ ପ୍ରବର୍ତ୍ତାଇବା ପାଇଁ ଖଣ୍ଡୱା ଜିଲ୍ଲା ଅବକାରୀ ବିଭାଗ ଏବେ ଭିନ୍ନ ବାଟ ଆପଣାଇଛି । କୌଣସି ବ୍ୟକ୍ତିଙ୍କୁ ମଦ ଦୋକାନକୁ ଯାଇ ମଦ କିଣିବାକୁ ହେଲେ କରୋନା ଟିକାର ପ୍ରମାଣପତ୍ର ଦେଖାଇବାକୁ ହେବ । ଯଦି କୌଣସି ବ୍ୟକ୍ତି କରୋନା ଟିକାର ଦୁଇଟି ଯାକ ଡୋଜ ନେଇନଥିବେ, ତେବେ ସେମାନଙ୍କୁ ମଦ ଦିଆଯିବ ନାହିଁ । ଏହି ନିୟମ ଖଣ୍ଡୱାରେ ଚାଲୁଥିବା ୫୫ଦେଶୀ ଏବଂ ୧୯ଟି ବିଦେଶୀ ମଦ ଦୋକାନରେ ଲାଗୁ ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି । ଏହାକୁ ସଙ୍ଗେ ସଙ୍ଗେ ଲାଗୁ କରାଯିବାକୁ କୁହାଯାଇଥିବା ବେଳେ ଏହି ପଦକ୍ଷେପ ପରେ ଜିଲ୍ଲାରେ ଟିକାକରଣ ସଫଳ ହେବ ବୋଲି ଆଶା କରାଯାଉଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *