ତାମିଲନାଡୁ ନିର୍ବାଚନ ପୂର୍ବରୁ ରାଜନୀତିରୁ ସନ୍ନ୍ୟାସ ନେଲେ ଶଶିକଳା

ଚେନ୍ନାଇ : ବିଧାନସଭା ନିର୍ବାଚନ ପୂର୍ବରୁ ତାମିଲନାଡୁ ରାଜନୀତିରେ ବଡ଼ ଧରଣର ଟ୍ୱିଷ୍ଟ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ ଦଣ୍ଡ ଭୋଗିଥିବା ଭି.କେ ଶଶିକଳା ଆଜି ରାଜନୀତିକୁ ସବୁଦିନ ପାଇଁ କରିଛନ୍ତି ଅଲବିଦା । ବିଧାନସଭା ନିର୍ବାଚନ ପୂର୍ବରୁ ଜେଲ୍‌ରୁ ବାହାରିଥିବାରୁ ତାମିଲନାଡୁ ରାଜନୀତିରେ ପୁଣି ପ୍ରବେଶ କରିବେ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ଆଜି ଏଆଇଏଡିଏମକେର ପୂର୍ବତନ ଅଧ୍ୟକ୍ଷ ଶଶିକଳା ରାଜନୀତିରୁ ସବୁଦିନ ପାଇଁ ଅବସର ନେଇଥିବା ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ମୃତ୍ୟୁ ପରେ ତାଙ୍କର ରାଜନୀତି କରିବାର ଇଚ୍ଛା କମି ଯାଇଥିଲା ।

କେବେବି ସେ କ୍ଷମତା ଓ ପଦବୀ ପଛରେ ନାହାନ୍ତି ବୋଲି ଶଶିକଳା କହିଛନ୍ତି । ଆଗାମୀ ନିର୍ବାଚନରେ ଏଆଇଏଡିଏମକେକୁ ଏକଜୁଟ ହୋଇ ଲଢ଼ିବାକୁ ପଡ଼ିବ । ଡିଏମକେକୁ ହରାଇବା ପାଇଁ ଦଳ ପକ୍ଷରୁ ଅନବରତ ପ୍ରୟାସ ଜାରି ରଖିବା ଦରକାର ବୋଲି ଶଶିକଳା କହିଛନ୍ତି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ସୁପ୍ରିମକୋର୍ଟ ଶଶିକଳାଙ୍କୁ ୨୦୧୭ ମସିହା ଫେବୃଆରୀ ୧୪ରେ ଦୋଷୀ ସାବ୍ୟସ୍ତ କରିଥିଲେ । ସେବେଠାରୁ ସେ ଜେଲ୍‌ରେ ଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *