ରାଜଧାନୀରେ ଟିକା ନେବେ ଦେହଜୀବୀ

ଭୁବନେଶ୍ବର:  ରାଜଧାନୀରେ ଶତ ପ୍ରତିଶତ ଟିକାକରଣ କରିବା ଲକ୍ଷ୍ୟରେ ବିଏମସି । ଜୁଲାଇ ୧୦ ସୁଦ୍ଧା ସଭିଙ୍କୁ ଟିକା ଦେବା ନେଇ ବିଏମସିର ନିଷ୍ପତ୍ତି  । ସେପଟେ ଟାର୍ଗେଟ୍ ହାସଲ କରିବାକୁ ବିଏମସି ଭୁବନେଶ୍ୱର ଦେହଜୀବୀ ମାନଙ୍କୁ ଟିକା ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ଟିକାକରଣକୁ ବ୍ୟାପକ କରାଯାଇଛି । ବିଏମସିର ଫୋକସରେ ରହିଛି ବସ୍ତି ଓ ସମ୍ବେଦନଶୀଳ ବର୍ଗ । ଏହି କ୍ରମରେ ଆଜି ବିଏମସି ପକ୍ଷରୁ ସ୍ବତନ୍ତ୍ର ମୋବିଲାଇଜେସନ ଜରିଆରେ ବିଭିନ୍ନ ସମ୍ବେଦନଶୀଳ ଗୋଷ୍ଠୀଙ୍କୁ ତଥା ସେମାନଙ୍କ ପରିବାର ବର୍ଗଙ୍କୁ ଟିକାକରଣରେ ସାମିଲ କରାଯାଇଛି ।

ଭୁବନେଶ୍ବର ମାଳି ସାହିର ଦେହଜୀବୀଙ୍କ ପାଇଁ ସ୍ବତନ୍ତ୍ର ଭାବେ କରାଯାଇଛି ବ୍ୟବସ୍ଥା । ଆଗକୁ ଅନ୍ୟ ସମ୍ବେଦନଶୀଳ ଗୋଷ୍ଠୀଙ୍କୁ ଚିହ୍ନଟ କରି ସେମାନଙ୍କୁ ମଧ୍ୟ ଟିକାକରଣରେ ସାମିଲ କରିବାକୁ ଯୋଜନା ରଖିଛି ବିଏମସି । ରାଜଧାନୀରେ ବାସ କରୁଥିବା ସମସ୍ତ ବର୍ଗକୁ ଟିକା ଦେବା ପାଇଁ ନିଷ୍ପତ୍ତି ନେଇଛି ବିଏମସି  । ପୂର୍ବରୁ ଡେଲିଭରୀ ବୟ ଏବଂ ଅନ୍ୟମାନଙ୍କୁ ଟିକା ଦେଇଥିବାବେଳେ ଦେହଜୀବୀ ମାନଙ୍କୁ ଟିକା ଦେବାକୁ ନିଷ୍ପତ୍ତି ନେଇଛି ବିଏମସି  । ଏ ଦିଗରେ ଲୋକଙ୍କ ସହଯୋଗ ରହିଲେ ନିର୍ଦ୍ଧାରିତ ସମୟ ପୂର୍ବରୁ ମଧ୍ୟ ଲକ୍ଷ୍ୟ ହାସଲ କରିବା କିଛି ଅସମ୍ଭବ ନୁହେଁ ବୋଲି କହିଛନ୍ତି ବିଏମସି ଜୋନାଲ ଡେପୁଟି କମିଶନର ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *