ଲକଡାଉନ ସମୟରେ ବାଲେଶ୍ୱର ସହରରେ ଚାଲିଛି ବେଧଡକ ଦେହ ବ୍ୟବସାୟ

ବାଲେଶ୍ୱର: କରୋନା ମହାମାରୀ ସମୟରେ ବଜାରରେ ପଡ଼ିଛି ତାଲା | ଲକଡାଉନ ଓ ସଟଡାଉନରେ ଲୋକେ ଘରୁ ବାହାରକୁ ବାହାରିବାକୁ ଭୟ କରୁଥିବା ବେଳେ ବାଲେଶ୍ୱର ସହର ମଝିରେ ଖୁଲମଖୁଲା ଚାଲିଥିଲା ଦେହ ବ୍ୟବସାୟ | ଏନେଇ ସୁରାକ ପାଇ ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣ ହେବା ପରେ ଆକ୍ସନ ମୁଡକୁ ଆସିଛି ବାଲେଶ୍ୱର ପୁଲିସ | ତେବେ ଏହି ଖବର ଜାଣି ପାରି ପୁଲିସ ପହଞ୍ଚିବା ପୂର୍ବରୁ ଘଟଣାସ୍ଥଳରୁ ଗ୍ରାହକମାନେ ଖସି ଯାଇଥିବା ବେଳେ ରାଣୀ ମହୁମାଛିକୁ ପୁଲିସ ଉଠାଇ ଆଣି ପଚରାଉଚରା ଚଳାଇଛି | ସୂଚନାଯୋଗ୍ୟ, ବାଲେଶ୍ୱର ଟାଉନ ଥାନା ଠାରୁ ମାତ୍ର 500 ମିଟର ଦୂରରେ ଥିବା ଜନଗହଳିପୂର୍ଣ୍ଣ କଲୋନୀ ମଧ୍ୟରେ ଏହି କୁତ୍ସିତ କାରବାର ବୁହୁ ଦିନ ଧରି ଚାଲିଥିଲା | ଦିନ ରାତି ଉକ୍ତ କୋଠାରେ ଦେହ କାରବାର ଚାଲିଥିବା ବେଳେ ରାଣୀ ମହୁମାଛି ଖୋଲାମଖୋଲା ଦେହ ବେପାର ଚଳାଇ ଥିଲା | ପୁଣି ପଡୋଶୀ ପଶ୍ଚିମବଙ୍ଗରୁ ଗଣିକାମାନଙ୍କୁ ଆଣୁଥିବା ବେଳେ ବାଲେଶ୍ୱର ଅଞ୍ଚଳର 10ରୁ ଉର୍ଧ୍ଵ ଯୁବତୀଙ୍କୁ ଏହି କାରବାରରେ ଲିପ୍ତ ରଖିଥିଲା |

ଗ୍ରାହକଙ୍କ ପାଖରୁ ମୋଟା ଅଙ୍କର ଟଙ୍କା ନେଇ କାରବାର ଜମାଇ ଆସୁଥିଲା ରାଣୀ ମହୁମାଛି | ଏପରିକି ଅଗ୍ରିମ ଟଙ୍କା ଦେଇ ମୋବାଇଲରେ ବୁକିଂ ସିଷ୍ଟମ ଚାଲୁ କରିଥିଲେ | ନିଜେ ରହୁଥିବା କୋଠାକୁ କୋଠିରେ ପରିଣତ କରି ଦେଇଥିବା ବେଳେ ଯୁବତୀ ମାନଙ୍କୁ କାରବାର ପାଇଁ ବାହାରକୁ ମଧ୍ୟ ଛାଡୁଥିଲା | ଏବାବଦରେ ଅଧିକ ଟଙ୍କା ଦେବାକୁ ପଡୁଥିଲା ଗ୍ରାହକଙ୍କୁ | ତେବେ ସହରର ଜନଗହଳି ଜାଗାରେ ଏଭଳି ସେକ୍ସ ରାକେଟ କିଭଳି ଚାଲିଥିଲା ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି |

ପୁଲିସ ନାକ ତଳେ ଏଭଳି ଅନୈତିକ କାରବାର କିଭଳି ଚାଲୁଥିଲା ଓ ଏନେଇ ସୁରାକ ନପାଇବା ପୁଲିସର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି | ଏଭଳି ସେକ୍ସ ରାକେଟ ବାଲେଶ୍ୱର ସହରର ବିଭିନ୍ନ ସ୍ଥାନରେ ଚାଲୁଥିବା ବେଳେ ଏନେଇ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି | ସ୍ୱତନ୍ତ୍ର ଟିମ କରି ଏଭଳି ଗତିବିଧି ଉପରେ ଧ୍ୟାନ ଦିଆଯିବ ବୋଲି ବାଲେଶ୍ୱର ଏସପି ସୂଚନା ଦେଇଛନ୍ତି |

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *