୮ ବର୍ଷର ନାବାଳିକା ସାଥିରେ ଶିକ୍ଷକ ଯାହା କଲେ ଜାଣିଲେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ : ସରକାରୀ ସ୍କୁଲରେ ୮ ବର୍ଷର ନାବାଳିକାକୁ ଯୌନ ନିର୍ଯାତନା । ତୃତୀୟ ଶ୍ରେଣୀରେ ପଢୁଥିବା ଛାତ୍ରୀଙ୍କୁ ଯୌନ ନିର୍ଯାତନ ଦେଉଥିଲେ ଜନୈକ ଶିକ୍ଷକ । ଉତ୍ତର ପ୍ରଦେଶର ବରେଲୀରେ ଏଭଳି ବର୍ବର କାଣ୍ଡ ଘଟିଯାଇଛି । ଜଣେ ନୁହେଁ ୩ ଜଣ ଝିଅଙ୍କ ସହିତ ଏମିିତି ଘୃଣ୍ୟ କାର୍ଯ୍ୟ କରିବା ପରେ ପକ୍ସୋ ଆକ୍ଟ ଆଧାରରେ ଶିକ୍ଷକଙ୍କୁ ଗିରଫ କରାଯାଇଛି । ଶତାଧିକ ମହିଳା ସ୍କୁଲ ସମ୍ମୁଖରେ ଧାରଣା ଦେବା ପରେ ଏହି ଯୌନରାକ୍ଷସକୁ ଗିରଫ କରାଯାଇଛି । କିଛି ଛାତ୍ରୀ ଏହି ଘଟଣା ସମ୍ପର୍କରେ ନିଜର ମାତା ପିତାଙ୍କ ନିକଟରେ ଅଭିଯୋଗ କରିବା ପରେ ଏହା ସାମ୍ନାକୁ ଆସିଥିଲା । ବିଳାସପୁର ଥାନାରେ ଏ ନେଇ ଏକ ଅଭିଯୋଗ ମଧ୍ୟ ଦାଖଲ କରାଯାଇଥିଲା । ତିନି ଝିଅ ଏବଂ ସେମାନଙ୍କ ଅଭିଭାବକଙ୍କ ବୟାନ ପରେ ପକ୍ସୋ ଆଧାରରେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଏହି ଘଟଣା ପରେ ଜଣେ ମହିଳା ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି, ମୋ ଝିଅର ବୟସ ମାତ୍ର ୮ ବର୍ଷ । ୮ ବର୍ଷ ବୟସରେ ସେ କାହିଁକି ମିଛ କହିବ । ଏହା ସହିତ ଦୋଷୀ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *