ପିପିଲିରେ ବଢ଼ୁଛି ବିଜେଡିର ବଳ, ଦଳରେ ସାମିଲ୍ ହେଲେ ଶତାଧିକ କଂଗ୍ରେସ କର୍ମୀ

ଭୁବନେଶ୍ୱର: ପିପିଲିରେ ଆହୁରି ଶକ୍ତିଶାଳୀ ହେଉଛି ବିଜେଡି । ଆଜି ପିପିଲି ବିଧାନସଭା ମଣ୍ଡଳି ଅନ୍ତର୍ଗତ କଣ୍ଟି ପଞ୍ଚାୟତରୁ ଶତାଧିକ କଂଗ୍ରେସ କର୍ମୀ ନେତା ବିଜେଡିରେ ଯୋଗ ଦେଇଛନ୍ତି । ଦଳର ସଭାପତି ତଥା ମୁଖମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ପାଇଁ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ଏହି ନେତାମାନେ ବିଜେଡିରେ ମିଶିଛନ୍ତି ।କଂଗ୍ରେସ ନେତା କୃପାସିନ୍ଧୁ ଦାସ ଓ ବିଷ୍ଣୁପ୍ରସାଦ ଦଳେଇ ସେମାନଙ୍କ ସମର୍ଥକଙ୍କ ସହ ବିଧିବଦ୍ଧ ଭାବେ ଦଳରେ ସାମିଲ୍ ହୋଇଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ବାସଭବନରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ପିପିଲି ବିଧାୟକ ପ୍ରାର୍ଥୀ ରୁଦ୍ର ମହାରଥୀ ମଧ୍ୟ ଉପସ୍ଥିତ ଥିଲେ । ଏହି ମିଶ୍ରଣ ଦଳକୁ ଅଧିକ ସୁଦୃଢ଼ କରିବ ବୋଲି କହିଛନ୍ତି ମନ୍ତ୍ରୀ ସମୀର ରଞ୍ଜନ ଦାଶ । ସେପଟେ ପିପିଲି ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ହୋଇଥିବା ରୁଦ୍ର ମହାରଥୀ କହିଛନ୍ତି, ପିପିଲିରେ ଯାହାବି ଉନ୍ନତି ହୋଇଛି ମୁଖ୍ୟମନ୍ତ୍ରୀ ଓ ପ୍ରଦୀପ ମହାରଥୀ କରିଛନ୍ତି । ପିପିଲିବାସୀ ଜାଣିଛନ୍ତି ଦୀର୍ଘଦିନ ହେବ କିଏ ତାଙ୍କ ସୁଖଦୁଃଖରେ ପାଖରେ ଠିଆ ହୋଇଥିଲା ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *