Senco Gold & Diamonds unveils an Indian wedding-focused campaign starring Kiara Advani

ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସ ପକ୍ଷରୁ କିଆରା ଆଡଭାନିଙ୍କୁ ନେଇ ଭାରତୀୟ ବିବାହ ଅଭିଯାନର ଶୁଭାରମ୍ଭ

ଭୁବନେଶ୍ୱର: ପୂର୍ବ ଭାରତର ସର୍ବବୃହତ ଗହଣା ରିଟେଲର୍ ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସ ପକ୍ଷରୁ ବଲିଉଡ୍ ଅଭିନେତ୍ରୀ କିଆରା ଆଡ୍‌ଭାନିଙ୍କୁ ନେଇ ଭାରତୀୟ ବିବାହ ଉପରେ ପର୍ଯ୍ୟବେସିତ ନୂତନ ଅଭିଯାନର ଶୁଭାରମ୍ଭ କରାଯାଇଛି । ଭାରତୀୟ ବିବାହାର ଭବ୍ୟ ଆୟୋଜନକୁ ଏହି ଅଭିଯାନ ଜରିଆରେ ପାଳନ କରାଯାଉଛି । ଏହି ଅବସରରେ ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସ ପକ୍ଷରୁ ନୂଆ ବ୍ରାଇଡାଲ ଗହଣା ସମ୍ଭାର “ରାଜୱାଡା ବିବାହ କଲେକ୍ସନ୍‌’କୁ ଉନ୍ମୋଚନ କରାଯାଇଛି ଯାହା ବଧୂ
ହେବାକୁ ଯାଉଥିବା ଯୁବତୀଙ୍କ ପାଇଁ ଗ୍ଲାମର୍‌ସ ଓ ଷ୍ଟାଇଲିସ୍ ଗହଣା ପ୍ରଦାନ କରୁଛି । ଏହି ଅଭିଯାନରେ କିଆରା ଆଡ୍‌ଭାନିଙ୍କୁ ଦ୍ୱୈତ ଭୂମିକାରେ ଦେଖିବାକୁ ମିଳିବ । ଏଥିରେ ସେ ବିବାହ ଦିନର ବଧୂ ଭୂମିକାରେ ଅଭିନୟ କରିଛନ୍ତି ଓ ବୈବାହିକ ଜୀବନ ଓ ଖୁସି ରହିବାକୁ ନେଇ ଦ୍ୱନ୍ଦ୍ୱରେ ରହିଛନ୍ତି । ମାତ୍ର ଯେତେବେଳେ ସେ ଗହଣା ପରିଧାନ କରି ବାହାରୁଛନ୍ତି, ତାଙ୍କ ଭିତରେ ଏକ
ବିଶ୍ୱାସ ଜାଗ୍ରତ ହେଉଛି ଯାହା ଜରିଆରେ ତାଙ୍କ ସବୁ ଦ୍ୱନ୍ଦ୍ୱ ଦୂର ହେଉଛି ଏବଂ ସେ ନିଜକୁ ସଶକ୍ତ ମନେ କରୁଛନ୍ତି । ନୂଆ ରାଜୱାଡ଼ା ବିବାହ ସମ୍ଭାରରେ ଥିବା ଗହଣାଗୁଡ଼ିକ ଭାରତର ଐତିହ୍ୟ ଓ ପରମ୍ପରାକୁ ପ୍ରତିଫଳିତ କରୁଥିବା ବେଳେ ସେଗୁଡ଼ିକରେ ତାରକସୀ, ବଲ, ତାର କାମ, ଆଂଟିକ୍‌, କୁନ୍ଦନ, ପୋଲ୍‌କି, ମୀନାକାରି ଓ ହୀରା କାମ ହୋଇଛି । ସୂକ୍ଷ୍ମ କାରିଗରୀରେ ଏହି ହାତତିଆରି ଗହଣାଗୁଡ଼ିକ ଭାରତୀୟ ବଧୂଙ୍କୁ ରାଣୀ ଭଳି ସଜାଇ ଜୀବନର ନୂତନ ଅଧ୍ୟାୟ ଲାଗି ସେମାନଙ୍କୁ ପ୍ରସ୍ତୁତ କରୁଛି । ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସର ନିର୍ଦେଶିକା ମିସ୍ ଜୋୟିତା ସେନ୍ କହିଛନ୍ତି ଯେ, “ନିଜ ବିବାହ ଦିନରେ ପ୍ରତି ବଧୂ ଯେଭଳି ରାଣୀ ଭଳି ଦେଖାଯିବେ ତାହା ଦ୍ୱାରା ଅନୁପ୍ରାଣିତ ହୋଇ ରାଜୱାଡା ସମ୍ଭାରକୁ ପ୍ରସ୍ତୁତ କରାଯାଇଛି । ଏହି ସମ୍ଭାର ଏକ ରାଜକୀୟ ଭାବ ପ୍ରଦାନ କରୁଥିବା ବେଳେ ତାହାର ଡିଜାଇନ ବେଶ ଭବ୍ୟ, ବ୍ୟାପକ ଏବଂ ପ୍ରତି ବଜେଟ୍‌କୁ ସୁହାଇବା ଭଳି ମଧ୍ୟ । ଏହି ସମ୍ଭାର ଆଧୁନିକ ବଧୂମାନଙ୍କ ପାଇଁ ଯେଉଁମାନେ ସ୍ୱାଧୀନ ଏବଂ ନିଜ ମନକୁ ଭଲ ଭାବେ ବୁଝନ୍ତି, ତଥାପି ନିଜ ପରମ୍ପରା, ପାରିବାରିକ ମୂଲ୍ୟବୋଧ ଓ ସମ୍ପର୍କ ପ୍ରତି ସମ୍ମାନ ରଖିଥାନ୍ତି । ନିଜ ଅନୁସାରେ ସେ ଜଣେ ବ୍ୟକ୍ତିତ୍ୱ ଏବଂ ତାହା ହେଉଛି ସେମାନଙ୍କ ଉଜ୍ଜ୍ୱଳତାର ଦିନ । ତେଣୁ ସେ ହେଉଛନ୍ତି ନିଜ ଓ ନିଜ ଜୀବନ ଓ ପରିବାରର ରାଣୀ ଏବଂ ସେଥିପାଇଁ ଆଜିର ବଧୂଙ୍କ ଉତ୍ସବକୁ ରାଜୱାଡ଼ା ପାଳନ କରୁଛି ।’’
କଂପାନି ପକ୍ଷରୁ ସ୍ୱତନ୍ତ୍ର ଅଫର୍ ମଧ୍ୟ ଘୋଷଣା କରାଯାଇଛି ଯାହା ଏହାର ୧୨୭ଟି ଷ୍ଟୋର୍ ଏବଂ ଅନଲାଇନ୍ ପ୍ଲାଟ୍‌ଫର୍ମରେ ୨୦୨୩ ଜାନୁଆରି ୮ ତାରିଖ ପର୍ଯ୍ୟନ୍ତ ଉପଲବ୍ଧ ହେବ । ଏହି ସ୍ୱତନ୍ତ୍ର ଅଫରରେ ସାମିଲ ରହିଛି ସୁନା ଗହଣାର ଗଢ଼ା
ମୂଲ୍ୟ ଉପରେ ୨୫% ପର୍ଯ୍ୟନ୍ତର ରିହାତି ଓ ହୀରା ଗହଣାରେ ମୂଲ୍ୟ ଉପରେ ୧୦% ପର୍ଯ୍ୟନ୍ତ ଏବଂ ଗଢ଼ା ମୂଲ୍ୟରେ ୫୦% ରିହାତି ସହିତ ଏକ ସ୍ୱତନ୍ତ୍ର ଉପହାର (୯୦୦୦ ଟଙ୍କାର ଡାଇମଣ୍ଡ୍ ପେଣ୍ଡାଂଟ୍‌) ଏବଂ ପ୍ଲାଟିନମ୍‌ରେ ଗଢ଼ା ମୂଲ୍ୟ ଉପରେ ୨୦%
ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯାଉଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

5 thoughts on “Senco Gold & Diamonds unveils an Indian wedding-focused campaign starring Kiara Advani

Leave a Reply

Your email address will not be published. Required fields are marked *