ଏସସିବିରେ ବ୍ଲାକ ଫଙ୍ଗସ ସନ୍ଦିଗ୍ଧ ରୋଗୀ ସଂଖ୍ୟା ୬

କଟକ :କରୋନା ପରେ ଏବେ ବ୍ଲାକ ଫଙ୍ଗସ ଚିନ୍ତା ବଢାଇବାରେ ଲାଗିଛି । ବିଶେଷ କରି କରୋନା ସଂକ୍ରମିତଙ୍କ କ୍ଷେତ୍ରରେ ବ୍ଲାକ ଫଙ୍ଗସ ଆକ୍ରାନ୍ତ ହେବାର ଭୟ ରହିଛି । ଆଜି ସହରର ଏକ ଘରୋଇ ହସ୍ପିଟାଲରେ ଆଉ ଜଣେ ବ୍ଲାକ ଫଙ୍ଗସ ସନ୍ଦିଗ୍ଧ ଚିହ୍ନଟ ହୋଇଛନ୍ତି । ସେ କରୋନା ଅକ୍ରାନ୍ତ ଥିବା ବେଳେ ବ୍ଲାକ ଫଙ୍ଗସ ଲକ୍ଷଣ ଦେଖାଯାଇଥିଲା । ତେବେ ତାଙ୍କୁ ଖବୁ ଶୀଘ୍ର ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ସ୍ୱତନ୍ତ୍ର ୱାର୍ଡକୁ ସ୍ଥାନାନ୍ତରିତ କରାଯିବ ବୋଲି ଜଣେ ବରିଷ୍ଠ ଡାକ୍ତର ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଏସସିବିରେ ପୂର୍ବରୁ ୫ଜଣ ଚିକିତ୍ସିତ ହେଉଥିବା ବେଳେ ଏହାକୁ ମିଶାଇ ସନ୍ଦିଗ୍ଧଙ୍କ ସଂଖ୍ୟା ୬ରେ ପହଞ୍ôଚବ । ଉକ୍ତ ୫ଜଣଙ୍କର ଚିକିତ୍ସା ଜାରି ରହିଥିବା ବେଳେ ସେମାନଙ୍କ ନୂମନା ସଂଗ୍ରହ କରାଯାଇ ପରୀକ୍ଷାଗାରକୁ ପଠାଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *