ଖୁସିଖବର: ଗ୍ରାହକଙ୍କୁ ମାଗଣାରେ ୨ ଲକ୍ଷ ଟଙ୍କା ଦେବ ଏସ୍‌ବିଆଇ

ନୂଆଦିଲ୍ଲୀ : ଏସବିଆଇ ଗ୍ରାହକ ଧ୍ୟାନ ଦିଅନ୍ତୁ ଏବେ ଆପଣଙ୍କ ପାଇଁ ଆସିଲା ଖୁସି ଖବର । ଏସବିଆଇ ନିଜର ଗ୍ରାହକଙ୍କୁ ମାଗଣାରେ ୨ ଲକ୍ଷ ଟଙ୍କାର ଫାଇଦା ଦେଉଛି । ଅର୍ଥାତ ଏବେ ଏସବିଆଇ ଆପଣଙ୍କୁ ୨ ଲକ୍ଷ ଟଙ୍କା ମାଗଣାରେ ଦେବ ଯଦି ଆପଣ ଏସବିଆଇ ଗ୍ରାହକ ହୋଇଥିବେ । ରୁପେ ଡେବିଟ୍ କାର୍ଡର ବ୍ୟବହାର କରୁଥିବା ସମସ୍ତ ଜନଧନ ଖାତାଧାରୀଙ୍କୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତର ମାଗଣା ଆକ୍ସିଡେଣ୍ଟାଲ କଭର ଦେଉଛି ଏସବିଆଇ । ଗ୍ରାହକଙ୍କୁ ତାଙ୍କ ଜନଧନ ଖାତା ଖୋଲିବାର ଅବଧି ହିସାବରେ ଇନସୁରାନ୍ସ ରାଶି ନିର୍ଦ୍ଧାରିତ କରିବ ଏସବିଆଇ । ଯେଉଁ ଗ୍ରାହକଙ୍କ ଖାତା ଜନଧନ ଯୋଜନା ଖାତା ୨୮ ଅଗଷ୍ଟ ୨୦୧୮ ଭିତରେ ଖୋଲିଥିବେ ଏବଂ ସେମାନଙ୍କୁ ଜାରି କରାଯାଇଥିବା ରୁପେ ପିଏମଜେଡିୱାଇ କାର୍ଡରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ରାଶି ମିଳିବ । ସେହିପରି ୨୮ ଅଗଷ୍ଟ ୨୦୧୮ ପରେ ଜାରି କରାଯାଇଥିବା ରୂପେ କାର୍ଡରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆକ୍ସିଡେଣ୍ଟାଲ କଭର ବେନିଫିଟ୍ ମିଳିବ । ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଏକ ଏମିତି ଯୋଜନା ଯାହାଦ୍ୱାରା ଦେଶର ଗରିବଙ୍କ ଖାତା ଜିରୋ ବାଲାନ୍ସରେ ବ୍ୟାଙ୍କ, ପୋଷ୍ଟଅଫିସ ଏବଂ ରାଷ୍ଟ୍ରିକୃତ ବ୍ୟାଙ୍କରେ ଖୋଲାଯାଇଥାଏ । ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଅନୁଯାୟୀ ଗ୍ରାହକଙ୍କୁ ଅନେକ ପ୍ରକାର ସୁବିଧା ଦିଆଯାଇଥାଏ । ଏଥିରେ କୌଣସି ବି ବ୍ୟକ୍ତି ଡକ୍ୟୁମେଣ୍ଟକୁ ଜମା କରି ଅନଲାଇନ୍ କିମ୍ବା ବ୍ୟାଙ୍କ ଯାଇ ଜନ ଧନ ଖାତା ଖୋଲିପାରିବେ ।

ବ୍ୟାଙ୍କ୍ ତରଫରୁ ରୂପେ କାର୍ଡ ଦିଆଯାଇଥାଏ । ଏହି ଡେବିଟ୍ କାର୍ଡକୁ ବ୍ୟବହାର କରି ଆକ୍ସିଡେଣ୍ଟାଲ ଡେଥ୍ ଇନସୁରାନ୍ସ, ଖରିଦ ସୁରକ୍ଷା କଭର ଏବଂ ଅନ୍ୟାନ୍ୟ ଫାଇଦା ପାଇଁ ବି କରିପାରିବେ । ଜନଧନ ଖାତାଧାରକଙ୍କ ରୂପେ କାର୍ଡ ଅନୁଯାୟୀ ମିଳୁଥିବା ଆକ୍ସିଡେଣ୍ଟାଲ ଡେଥ୍ ଇନସୁରାନ୍ସର ଫାଇଦା ସେତେବେଳେ ମିଳିବ ଯେତେବେଳେ ବୀମାଧାରୀଙ୍କ ଦୁର୍ଘଟଣାର ତାରିଖ ୯୦ ଦିନ ଭିତରେ ଇଣ୍ଟ୍ରା କିମ୍ବା ଇଣ୍ଟର ବ୍ୟାଙ୍କ୍ ଉଭୟରେ କୌଣସି ବି ଚ୍ୟାନେଲରେ ଆର୍ôଥକ ଲେଣଦେଣ କରିଥିବେ । ଏମିତି ସ୍ଥିତିରେ ହିଁ ବ୍ୟାଙ୍କ ଆପଣଙ୍କୁ ମାଗଣାରେ ଅର୍ଥ ରାଶି ଦେବ । କ୍ଲେମ ପାଇବା ପାଇଁ ଆପଣଙ୍କୁ ସର୍ବ ପ୍ରମେ କ୍ଲେମ ଫର୍ମ ଭରିବାକୁ ହେବ । ଏହାସହିତ ଅରିଜିନାଲ ଡେଥ୍ ସାର୍ଟିଫିକେଟ ଆଟାଚ୍ କରିବାକୁ ହେବ । ଏଫଆଇଆରର ଅରିଜିନାଲ କିମ୍ବା ସାର୍ଟିଫାଇଡ କପି ଆଟାଚ୍ କରନ୍ତୁ । ପୋଷ୍ଟମର୍ଟମ ରିପୋର୍ଟ ଏବଂ ଏଫଏସଏଲ ରିପୋର୍ଟ ମଧ୍ୟ ରହିବା ଉଚିତ । ଆଧାରକାର୍ଡର କପି ବ୍ୟାଙ୍କ ସ୍ଟାମ୍ପ ପେପରର କାର୍ଡ ହୋଲଡର ପାଖରେ ରୂପେ କାର୍ଡ ରହିବା ସହିତ ଶପଥ ପତ୍ର ଦେବାକୁ ହେବ । ୯୦ ଦିନରେ ସମସ୍ତ ଡକ୍ୟୁମେଣ୍ଟକୁ ଜମା କରିବାକୁ ହେବ । ନୋମିନୀଙ୍କର ନାମ ଏବଂ ବ୍ୟାଙ୍କ୍ ଡିଟେଲ, ପାସବୁକର କପି ସହିତ ଜମା କରିବାକୁ ହେବ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *